ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ୨୦ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନଭାଟିରେ ୨୦ତମ ବାର୍ଷିକ କ୍ରୀଡା ସ୍ଥାନୀୟ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନ ଓ ସଂପାଦକ ଡା. ଲକ୍ଷ୍ମଣ କୁମାର ମେହେର ମୁଖ୍ୟ ଅତିଥିଭାବେ ଉଦ୍‌ଘାଟନୀ ଉତ୍ସବରେ ଯୋଗଦାନ କରିିଥିଲେ ତଥା ଡା. ଲକ୍ଷ୍ମଣ କୁମାର ମେହେର ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ତଥା ଜୀବନରେ କ୍ରୀଡା କିପରି ସମସ୍ତଙ୍କୁ ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରଖେ ନିଜ ବକ୍ତବ୍ୟରେ ଶିଶୁଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । ପ୍ରଧାନାଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ରାମଚନ୍ଦ୍ର ପ୍ରଧାନ କ୍ରୀଡାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ ଘୋଷଣା କରିଥିଲେ । କ୍ରୀଡାରେ ଆଜି ଶ୍ରେଣୀ ଚତୁର୍ଥରୁ ଅଷ୍ଟମର ସମସ୍ତ ଶିଶୁ ଭାଇଭଉଣୀ ଉତ୍ସାହର ସହ ଅଂଶ ଗ୍ରହଣ କରିଥିବା ବେଳେ କୃତି ଭାଇଭଉଣୀଙ୍କୁ ସଭାପତି ରାମଚନ୍ଦ୍ର ପ୍ରଧାନ ଓ ସଂପାଦକ ଡା. ଲକ୍ଷ୍ମଣ କୁମାର ମେହେର ପୁରସ୍କାର ପ୍ରଦାନ କରିବା ସହିତ ଉତ୍ସାହିତ କରିଥିଲେ । ଦୌଡ ବିଭାଗରେ ଆଚାର୍ଯ୍ୟ ଟିକେଶ୍ୱର ମିଶ୍ର, ଦିୀଲ୍ଲପ ଥନାପତି, ଶତ୍ର୍ରଘ୍ନ ସିଂହ ଓ ଆଚାର୍ଯ୍ୟା ସରିତା ପାଣିଗ୍ରାହୀ, ଥ୍ରୋ ଇଭେଣ୍ଟରେ ଆଚାର୍ଯ୍ୟ ଧନଞ୍ଜୟ ମହାକୁର, ମମତା ମଲ୍ଲୀକ, ଶେଷକାନ୍ତି ମଲ୍ଲୀକ, ଜମ୍ପ ଇଭେଣ୍ଟରେ ଆଚାର୍ଯ୍ୟ ପ୍ରଦୀପ କୁମାର ସା, ଲିଙ୍ଗରାଜ ମେହେର, ପ୍ରମୁଖ କ୍ରୀଡା ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ଘନ ମେହେର ଓ ଆଚାର୍ଯ୍ୟା ତୁଳସୀ ବଢେଇ ପୁରସ୍କାର ବିତରଣରେ ସହଯୋଗ କରିଥିଲେ । ଆଚାର୍ଯ୍ୟାା ପ୍ରମୋଦିନୀ ଆଚାର୍ଯ୍ୟସଭା ସଂଯୋଜନା କରିଥିଲେ । ଚନ୍ଦନଭାଟି ଗ୍ରାମର ମାଆ ଦୁର୍ଗା ମନ୍ଦିରରୁ କ୍ରୀଡା ମସାଲ ଅଣାଯାଇ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନଙ୍କ ଦ୍ଵାରା ପଡିଆରେ ସ୍ଥାପନ କରାଯାଇଥିଲା । ଆସନ୍ତା କାଲି ଶିଶୁ ପ୍ରାରମ୍ଭ ଓ ବୋଧ ତଥା ଶ୍ରେଣୀ ପ୍ରଥମରୁ ତ୍ରୁତୀୟର କ୍ରୀଡା ଅନୁଷ୍ଠିତ ହେବା ସହ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ।

Leave A Reply

Your email address will not be published.