ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସରକାରୀ ଟାଉନ ବାଳିକା ବିଦ୍ୟାଳୟଠାରେ ଓଡ଼ିଶା ରାଜ୍ୟ ଶିଶୁ ପରିସଦ ଭୁବନେଶ୍ୱର ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟର ଆଇନ ପରିବିକ୍ଷକ ଅଧିକାରୀ ଦିଗମ୍ବର କର, ଚୁଡ଼ାମଣି ପଣ୍ଡା, ସୁଧାଂଶୁ ଶେଖର କୁମ୍ଭାର, ଅରୁଣ କୁମାର ଖୁଅ।ସ, ପ୍ରମୋଦ ବଗର୍ତ୍ତି, ସୁଦାମ ସୁନା ଓ ଶିଶୁ ମଙ୍ଗଳ ସମିତିର ସଦସ୍ୟ ସୀତାରାମ ହୋତା, ସନ୍ଧ୍ୟାରଣି ପଣ୍ଡା ଓ ଲୀନ ବାବୁଙ୍କ କରକମାଳରେ ଶୁଭ ଉଦ୍‌ଘ।ଟିତ କରାଯାଇଛି । ଏଥିରେ ଆଇନ ପରିବିକ୍ଷକ ଅଧିକାରୀ ଦିଗମ୍ବର କର ସଭା କାର୍ଯ୍ୟ ପରିଚ।ଳନ ପୂର୍ବକ ଚିତ୍ର।ଙ୍କନ ପ୍ରତିଯୋଗିତାର ସମାସ୍ତ ନିୟମାବଳୀ ବୁଝାଇ କହିଥିଲେ । ଏଥିରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ, ସାଧାରଣ ବର୍ଗ ଓ ଦିବ୍ୟଙ୍ଗ ବର୍ଗର ଶିଶୁମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଏବଂ ଦିବ୍ୟଙ୍ଗ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ, ସାଧାରଣ ବର୍ଗରୁ ୧୭୦ ଓ ଦିବ୍ୟାଙ୍ଗ ବର୍ଗରୁ ୫୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ମୋଟ ୨୨୬ ଜଣ ଅଂଶଗ୍ରହଣ କରି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସୂଚନାଯୋଗ୍ୟ ଯେ, ସାଧାରଣ ବର୍ଗର ଥିବ। ସବୁଜ, ଧଳା ଓ ନିଲ ଉପବର୍ଗରୁ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ବଛାଯାଇ ରାଜ୍ୟ ସ୍ତରକୁ ପଠାଯିବ, ସେହିପରି ଦିବ୍ୟଙ୍ଗ ବର୍ଗର ଥିବା ଦୁଇଟି ଉପବର୍ଗର ହଳଦିଆ ଓ ନାରଙ୍ଗୀ ଦିବ୍ୟଙ୍ଗା ବର୍ଗରେ ଥିବା ମାନସିକ ବିକଳାଙ୍ଗ, ଶ୍ରବଣ ବ।ଧିତ ଓ ଦୃଷ୍ଟି ବ।ଧିତ ପ୍ରତ୍ୟେକ ବର୍ଗ ପ୍ରଥମ, ଦ୍ଵିତୀୟ, ତୃତୀୟ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରକୁ ପଠାଯିବ ଓ ଜିଲ୍ଲା ସ୍ତରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଏହି ପ୍ରଥମ, ଦ୍ଵିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରକୃତ କରାଯିବ ।

Leave A Reply

Your email address will not be published.