ପଶ୍ଚିମ ଓଡିଶା ଅଘରିଆ ସମାଜ କର୍ମକର୍ତ୍ତାଙ୍କ ସହ ନରସିଂହଙ୍କ ଆଲୋଚନା

  • ସମାଜ ପାଇଁ ସରକାର ଦେଇଥିବା ଜମି ଓ ଅନୁଦାନ ବାଟମାରଣାକୁ ନେଇ ହେଲା ଆଲୋଚନା
  • ଜମି ଓ ଅନୁଦାନକୁ ନେଇ ସରକାର ଠିକ୍‌ ପଦକ୍ଷେପ ନ ନେଲେ ଆଗକୁ ହେବ ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ଅଘରିଆ ସମାଜର ବଲାଙ୍ଗିର ଜିଲ୍ଲା କର୍ମକର୍ତ୍ତାଙ୍କ ଏକ ପ୍ରତିନିଧି ମଣ୍ଡଳୀ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ସାକ୍ଷାତ କରି ତାଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି । ସଭାପତି ଶୁଭ୍ରାଂଶୁ ପଟେଲ ଓ ସଂପାଦକ ଦିଗାମ୍ବର ନାଏକଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ମଣ୍ଡଳୀ ସମାଜକୁ ଦିଆଯାଇଥିବା ସରକାରଙ୍କ ତରଫରୁ ଅଧ ଏକର ଜମି ଓ ୩ କୋଟି ଟଙ୍କା ଅଗ୍ରଗାମୀ ଅନୁଷ୍ଠାନ ନାମକ ଏକ ଅନୁଷ୍ଠାନ ଯେ କି ପଶ୍ଚିମ ଓଡିଶା ଅଘରିଆ ସମାଜଙ୍କ କୌଣସି ସମ୍ପର୍କ ନାହିଁ କିମ୍ବା ଅଘରିଆ ସମାଜ ପାଇଁ କାମ କରିନାହିଁ । ସେମାନଙ୍କ ପାଖକୁ ଅନୁଦାନ ଓ ଜମି ଦେବା ପଛରେ ଷଡଯନ୍ତ୍ର ଅଛି ବୋଲି ପୂର୍ବରୁ ଦାବି କରୁଛନ୍ତି ଏବଂ ଏହା ମଧ୍ୟ ସତ୍ୟ ଯେ ଅଘରିଆ ସମାଜ ପାଇଁ କାମ କରୁଥିବା କହୁଥିବା ଏହି ଅଗ୍ରଗାମୀ ସଂଗଠନ କେବଳ କିଛି ସରକାରୀ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନେଇ ଗଠିତ । ଏହି ସଂଗଠନ ପ୍ରକୃତରେ ତୃଣମୂଳ ସ୍ତରରୁ ପଶ୍ଚିମ ଓଡିଶା ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଏ ଅଂଚଳରେ ରହୁଥିବା ଅଘରିଆ ମାନଙ୍କ ପାଇଁ କୌଣସି କାମ କରେ ନାହିଁ । ତେଣୁ ଏହି ଜମି ଓ ଅନୁଦାନ ଅଘରିଆମାନଙ୍କ ପ୍ରକୃତ ସଂଗଠନ ପଶ୍ଚିମ ଓଡିଶା ଅଘରିଆ ସମାଜକୁ ପ୍ରଦାନ କରାଯାଉ ବୋଲି ପୂର୍ବରୁ ମଧ୍ୟ ସରକାରଙ୍କଠାରେ ଦାବି କରିଥିଲେ ଏବଂ କୌଣସି ସୁଫଳ ନ ମିଳିବାରୁ ପରେ ପରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଭେଟି ଏ ସମ୍ବନ୍ଧରେ ଆଲୋଚନା ମଧ୍ୟ କରିଥିଲେ । ସେହି କ୍ରମରେ ଏହି ସାକ୍ଷାତକାରରେ ମଧ୍ୟ ଏହି ସମାନ ସମସ୍ୟାକୁ ନେଇ ସଂଘର ସମସ୍ତ କର୍ମକର୍ତ୍ତା ବିଧାୟକ ଶ୍ରୀ ମିଶ୍ରଙ୍କୁ ଏହାର ସମାଧାନ ଦିଗରେ ସରକାରଙ୍କ ସହ ଆଲୋଚନା କରି ତାଙ୍କ ସମାଜକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଜଣାଇଥିଲେ । ଏହା ସହ ସମାଜର ଶିକ୍ଷିତ ଯୁବକମାନେ କିପରି ଆଗାମୀ ଦିନରେ ରୋଜଗାରକ୍ଷମ ହୋଇପାରିବେ ଏବଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜର ଅବଦାନ ରଖିପାରିବେ ସେ ଉପରେ ଆଲୋଚନା ହୋଇଥିଲା । ଆଜିର ଏହି ଆଲୋଚନା ବେଳେ ଅନ୍ୟମାନଙ୍କ ମଧ୍ୟରେ ସୁଦାର୍ଥି ପଟେଲ, ରାମେଶ୍ୱର ନାଏକ, ସଂଜୟ ସାଏ, ହରେକୃଷ୍ଣ ପଟେଲ, ଲକ୍ଷ୍ମୀ ସାଏ, ରଞ୍ଜନ ରାଉତ, ଚିତ୍ତ ପଟେଲ, ମାନଭଞ୍ଜନ ପଟେଲ, ବିଶିକେଶନ ପଟେଲ, ଶ୍ରୀନିବାସ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.