centurian jitm

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୩୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ

nschool

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଯାଇଛି । ବିମଳେନ୍ଦୁ ରାୟ ଜିଲ୍ଲାପାଳ ସୁବର୍ଣ୍ଣପୁର ଓ ହେମନ୍ତ କୁମାର ପାଢ଼ୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୩୧ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିବା ବେଳେ ତନ୍ମଧ୍ୟରେ ୨୨ ଗୋଟି ବ୍ୟକ୍ତିଗତ ଓ ୯ ଟି ସାମୂହିକ ଦରଖାସ୍ତ ରହିଥିବା ବେଳେ ଗୋଟିଏ ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଛି । ଶିବିରରେ ସମସ୍ତ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ସୌମ୍ୟ ରଞ୍ଜନ ସ୍ୱାଇଁ ବିଡିଓ ସୋନପୁରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅଶ୍ୱିନୀ କୁମାର ମେହେର ଜିଲ୍ଲା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ, ଡ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ସୋନପୁର, ଡ.ଦୁର୍ଗା ପ୍ରସାଦ ଦାଶ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ଚିକିତ୍ସାଧିକାରୀ , ଲକ୍ଷ୍ମଣ ଭୋଇ ଜିଲ୍ଲା ଶିକ୍ଷା ଅଧିକାରୀ, ସୁମତି ତ୍ରିପାଠୀ ଜିଲ୍ଲା ଅବକାରୀ ଅଧିକ୍ଷକ, ପ୍ରସନ୍ନ ପଟ୍ଟନାୟକ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଅଚ୍ୟୁତାନନ୍ଦ ସିଂ. ଡିଡବ୍ଲୁଓ ଅଶ୍ୱିନୀ କୁମାର ଭୋଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଅର୍ଜୁନ ଚରଣ ମାଝୀ ଜିଲ୍ଲା ପଞ୍ଚାୟତ ଅଧିକାରୀ, ଡ.ଅନନ୍ତ ରାଉତ ସିଡିଭିଓ, ଇଂ ବି. ନରେନ କିଶନ ରେଡ୍ଡୀ, ନିର୍ବାହୀ ଯନ୍ତ୍ରୀ ଆର୍‌ଡି.ଅଶୋକ ମିଶ୍ର, ନିର୍ବାହୀ ଯନ୍ତ୍ରୀ ଟିପିଓଡବ୍ଲୁଓଡିଏଲ୍‌, ଇଂ.ପ୍ରଫୁଲ୍ଲ ବେହେରା, ନିର୍ବାହୀ ଯନ୍ତ୍ରୀ ଏଲ୍‌ଆଇ ଡିଲେଶ୍ୱର ଖାକା, ଡିଏଲ୍‌ଓ, ଡ.ସୋମ୍ୟାରୁପା ରଥ ତହସିଲଦାର ସୋନପୁର, ମନୋରଞ୍ଜନ ପଣ୍ଡା, ନିର୍ବାହୀ ଅଧିକାରୀ ପୌର ପରିଷଦ ସୋନପୁର ତଥା ଅନ୍ୟାନ୍ୟ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲ ।

Leave A Reply

Your email address will not be published.