csstore

ଅଳେଶ୍ୱର ବେଳାଭୂମି ଦନ୍ତପୁର ମହୋତ୍ସବ ଉଦ୍‌ଯାପିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପ୍ରଥମ ଥର ପାଇଁ ଦନ୍ତପୁର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବ୍ଳକ ଅନ୍ତର୍ଗତ ପ୍ରାୟାଗ ସ୍ଥିତ ଅଳେଶ୍ୱର ମନ୍ଦିର ନିକଟସ୍ଥ ଥିବା ସମୁଦ୍ର ବେଳାଭୂମିଠାରେ ଶ୍ରୀ ଶ୍ରୀ ଶ୍ରୀ ବାବା ଅଲେଶ୍ଵର ବେଳାଭୂମିରେ ଅଳେଶ୍ୱର ଦନ୍ତପୁର ମହୋତ୍ସବ ୨୦୨୩ ସୋମବାର ଉଦ୍‌ଯାପିତ ହୋଇଯାଇଛି । ଗତ ୨୫ ତାରିଖରୁ ଆରମ୍ଭ ହୋଇ ତିନି ଦିନ ଧରି ଚାଲିଥିବା ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡର ଅଧକ୍ଷ ସଞ୍ଜୟ ଦାସ ବର୍ମା, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ କାଜୁ ଉନ୍ନୟନ ନିଗମ ବିଭାଗର ଅଧ୍ୟକ୍ଷ ସୁବାସ ମହାରଣା, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା, ରାଜ୍ୟ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ବାଳ ମୁକୁନ୍ଦ ଭୂୟାଁ, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ପୂର୍ବତନ ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷ ଲକ୍ଷ୍ମୀ ପାଢ଼ୀ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଓଲିଉଡ଼୍‌ ଗୀତିକାର ନାଵ୍ୟ ଜ୍ୟୋତି ଯୋଗ ଦେଇ ନିଜ ସୁମଧୁର କଣ୍ଠରେ ଦର୍ଶକଙ୍କୁ ଝୁମାଇଥିଲେ । ଏହା ସହ କାନ୍ତରା ନୃତ୍ୟ ପରିବେଷଣ କରାଯାଇଥିଲା । ବ୍ରହ୍ମପୁରର ଆନ୍ନା ଓ ବେକାରିଆ ଲୋକଙ୍କ କମେଡିରେ ଦର୍ଶକ ହସି ହସି ବେଦମ୍‌ ହୋଇପଡିଥିବା ଦେଖିବାକୁ ମିଳିଛି । ଏହା ସହିତ ଓଡିଶୀ ସହିତ ବିଭିନ୍ନ ନୃତ୍ୟରେ ମଞ୍ଚ ଦୁଲୁକିଥିଲା । ପୂର୍ବ ଉପକୂଳରେ ଦନ୍ତପୁର (ପାଲୁର) ଥିଲା । ପ୍ରାଚୀନ ବନ୍ଦର ଯାହାକି ସେହି ଗୌରବ ଅତୀତକୁ ମନେ ପକାଇବା ପାଇଁ ଏହି ମହୋତ୍ସବ ପ୍ରଥମ ଥର ପାଇଁ ଆୟୋଜନ କରାଯାଉଛି । ଫଳରେ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି । ଶ୍ରୀ ଶ୍ରୀ ଅଳେଶ୍ୱର ବେଳାଭୂମି ଦନ୍ତପୁର ମହୋତ୍ସବ କମିଟି ତଥା ପ୍ରୟାଗି ଓ ଅରୁଣପୁର ଗ୍ରାମର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହେଉଥିବା ବେଳେ ଏହି ମହୋତ୍ସବରେ ଜିଲ୍ଲା ଓ ରାଜ୍ୟ ସ୍ତରର ବିଭିନ୍ନ ସାଂସ୍କୃତିକ ଟିମ୍‌, ଓ ବିଶିଷ୍ଟ କଣ୍ଠଶିଳ୍ପୀ, ଅଭିନେତ୍ରୀମାନେ ଯୋଗଦେଉଛନ୍ତି । ଆୟୋଜକ ତରଫରୁ ବ୍ୟାପକ ଆୟୋଜନ କରାଯାଇଛି । ନୂତନ ଧରଣ ଆଲୋକ ସଜା ଓ ମଞ୍ଚ ବେଶ ଆକୃଷ୍ଟ ହୋଇଛି । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହା ଦେଖିବା ପାଇଁ ଗଞ୍ଜାମ ବ୍ଳକ ଓ ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ବ୍ଳକରୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା । ପ୍ରୟୋଗି ଓ ଅରଣପୁର ଗ୍ରାମ୍ୟ କମିଟୀ ଏହାକୁ ପରିଚାଳନା କରିଥିଲେ । ଶାନ୍ତି ଶୃଙ୍ଖଳାର ସହ ମହୋତ୍ସବ ସମ୍ପୂର୍ଣ ହୋଇଥିଲା ।

jayashree
Leave A Reply

Your email address will not be published.