csstore

ଇନ୍ଦିରା ନଗରରେ ଇନ୍ଦିରାଗାନ୍ଧୀ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଇନ୍ଦିରା ନଗର ପଡାବାସୀଙ୍କ ତରଫରୁ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଇନ୍ଦିରାଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା । ପିସିସି ସାଧାରଣ ସମ୍ପାଦକ ତଥା ଏଆଇସିସି ସଦସ୍ୟ ବିଧୁ ଭୂଷଣ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସ୍ବର୍ଗତ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦେଶ ପାଇଁ କରିଥିବା କାର୍ଯ୍ୟ ଉପରେ ଆଲୋଚନା କରି କହିଥିଲେ ଯେ, ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ଜନ୍ମିତ ଶ୍ରୀମତୀ ଗାନ୍ଧୀ ପିଲା ଦିନରୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ବ୍ୟାଙ୍କ ମାନଙ୍କର ଜାତୀୟକରଣ, ବୃଦ୍ଧବୃଦ୍ଧାଙ୍କ ପାଇଁ ପେନ୍‌ସନ୍‌, ବିକଳାଙ୍ଗ ଭତ୍ତା, ରାଜା ରାଜୁଡାଙ୍କ ଭତ୍ତା କାଟିବା, ଇନ୍ଦିରା ଆବାସ ଯୋଜନା, କୋଡିଏ ଦଫା କାର୍ଯ୍ୟକ୍ରମ, ପାକିସ୍ତାନ ଦେଶକୁ ଦୁଇ ଭାଗ କରିବା ସହ ଆଦିବାସୀ ଦଳିତ ତଥା ଗରିବ ଲୋକଙ୍କ ପାଇଁ ଅନେକ ଜନହିତକର କାର୍ଯ୍ୟ କରିଥିଲେ ବୋଲି ଶ୍ରୀ ତ୍ରିପାଠୀ ତାଙ୍କ ଉଦ୍‌ବୋଧନରେ ପ୍ରକାଶ କରିବା ସହ ବଲାଙ୍ଗିର ଜିଲ୍ଲାର ବଡ଼ମାଳରେ ପ୍ରତିଷ୍ଠା କରିଥିବା ଗୋଳାବାରୁଦ କାରଖାନା ଦ୍ୱାରା ଜିଲ୍ଲାର ହଜାର ହଜାର ଯୁବକଙ୍କ ପାଇଁ ଚାକିରୀର ସୁଯୋଗ ଦେଇଛି ଓ ବଲାଙ୍ଗିରର ଅର୍ଥନୀତିର ପରିବର୍ତ୍ତନ ପାଇଁ ଏକ ମାଇଲ ଖୁଣ୍ଟ ପ୍ରତିତ ହୋଇଛି ବୋଲି ନିଜ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ ଶ୍ରୀ ତ୍ରିପାଠୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇନ୍ଦିରା ନଗରର ପ୍ରକାଶ ପଣ୍ଡାଗ୍ଲାଡଷ୍ଟୋନ ତାଣ୍ଡେ, ବ୍ରଜ ସେଠୀ, ଅମୂଲ୍ୟ ସେଠ, ନୀଳାଞ୍ଚଳ ବେହେରା, ଅଚ୍ୟୁତ ସିଂ, ପୁରନ୍ଦର ମୁଣ୍ଡା, ସୁଶାନ୍ତ ସେଠ୍, ମଣ୍ଟୁ ବାଘ, ଶଶାଙ୍କ ମଲ୍ଲିକ, ଅପନ ଫରିକାର ସମ୍ପତି ବୁଡ଼େକଙ୍କ ସମେତ ଅନେକ ପଡ଼ାବାସୀ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.