ଜେଏସ୍‌ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ : ୨୭ ୟୁନିଟ ରକ୍ତ ସଂଗୃହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ଦ୍ୱାରା ବଲାଙ୍ଗିର୍ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବ୍ଲଡ ବେଙ୍କଠାରେ ଆଜି ଏକ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଶାନ୍ତ ସାହୁ, କମାଣ୍ଡେଣ୍ଟ୍ ୧୮୯ ବାଟଲିୟନ୍ ସିଆର୍‌ପିଏପ୍ ଓ ସମାଜ ସେବାରେ ଥିବା ଗୋପାଲଜି ପାଣିଗ୍ରାହୀ, ଅତିଥି ଭାବରେ ଉପଦେଷ୍ଟା ସଦସ୍ୟ ମନୋରଂଜନ ସାହୁ, ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା ଏବଂ ନିର୍ଦ୍ଦେଶକା ଶ୍ରୀମତୀ ସୁମନ ଶର୍ମା, ବଲାଙ୍ଗିର ଯୁବ ରେଡକ୍ରସର ସଂଯୋଜକ ଡ. ଦୈତାରି ପୁଝାରି, ରାମ ନାରାୟଣ ଦାସ ଓ ଅନ୍ୟାନ୍ୟ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜେଏସ୍‌ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ଯୁବ ରେଡକ୍ରସର ଅନେକ ସ୍ୱେଚ୍ଛାସେବା ଯୁବକ, କଲେଜର ଅନେକ କର୍ମକର୍ତ୍ତାମାନେ ମଧ୍ୟ ଏହି ବହୁମୂଲ୍ୟ କାର୍ଯ୍ୟ ନିମନ୍ତେ ରକ୍ତଦାନ କରିଥିଲେ । ଆଜିର ରକ୍ତଦାନ ଶିବିରରେ ମୋଟ ୨୭ ୟୁନିଟ୍‌ ସଂଗ୍ରୃହିତ ହୋଇଥିଲା । ଅତିଥି ଗଣ ରକ୍ତଦାତାମାନଙ୍କୁ ପ୍ରମାଣ ପତ୍ର ଦେବା ସହିତ ଅନେକ ପ୍ରଶଂସା କରିଥିଲେ । ବଲାଙ୍ଗିର ଯୁବ ରେଡକ୍ରସର ସଂଯୋଜକ ପ୍ରକାଶ କରିଥିଲେ ଯେ, ବଲାଙ୍ଗିର ଯୁବ ରେଡକ୍ରସର କଲେଜଗୁଡିକ ମଧ୍ୟରେ ରକ୍ତଦାନ ଶିବିର କରିବାରେ ଜେଏସ୍‌ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ୪ର୍ଥ ସ୍ଥାନରେ ରହିଛି ।
ଶେଷରେ ଅଧ୍ୟକ୍ଷ ଉଇ ଶ୍ରୀକାନ୍ତ ଶର୍ମା ଛାତ୍ରଛତ୍ରୀମାନଙ୍କୁ, କର୍ମକର୍ତ୍ତାମାଙ୍କୁ ଉସାହ ପ୍ରଦାନ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ପୁଣି ହସ୍ପିଟାଲ କର୍ମକର୍ତ୍ତା ମାନଙ୍କର ସାହାଯ୍ୟ ସହଯୋଗ ନିମନ୍ତେ ଅନେକ ଧନ୍ୟବାଦ ପ୍ରଦାନ କରିଥିଲେ । ପୁଣି ମୁଖ୍ୟ ଶିକ୍ଷ୍ୟକ ଶ୍ରୀ ବିନୋଦ ପାଢି ଆଜିର ରକ୍ତ ଦାନ ଶିବିରର ସଂଯୋଜକ ଶ୍ରୀମତୀ ହିମାନି ତ୍ରିପାଠୀ , ପୁଣୁ ଅନ୍ୟାନ୍ୟ କର୍ମକର୍ତ୍ତା କୁମାରୀ ଭୁମିକା ଜୈନ , ଶ୍ରୀ ନିରୋଜ ମିଶ୍ର,ଶ୍ରୀ ଶୈଲେସ ପାଲ, ଶ୍ରୀ ଅଭିଜିତ୍ ତାଲି, ଶ୍ରୀ ରତିକାନ୍ତ ଦଲାଇ, ଶ୍ରୀମତୀ ସେସାଦ୍ରୀ ସ୍ୱାଇଁ, ଶ୍ରୀମତୀ ତନୁଜା ମିସ୍ର, ଶ୍ରୀମତୀ ନିନିତା ମିଶ୍ର ଓ ଓ ଅନ୍ୟ ସମସ୍ତଙ୍କୁ ଏହି ସମସ୍ତ କାର୍ୟ୍ୟକ୍ରମରେ ସହାଯ୍ୟ ସହଯୋଗ କରିଥିବାରୁ ଧନ୍ୟବାଦ ପ୍ରଦାନ କରିବା ସହିତ କାର୍ୟ୍ୟକ୍ରମକୁ ସାଙ୍ଗ କରିଥିଲେ ।

Leave A Reply

Your email address will not be published.