ତେଲେଙ୍ଗାନା ଇଟାଭାଟିରେ ୧୯ ଜଣ ବନ୍ଧକ : ମୁକ୍ତି ପାଇଁ ପାଣ୍ତିଆନଙ୍କୁ ଗୁହାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗଉଡମାଲ ଗ୍ରାମର ଜଣେ ୬୦ ବର୍ଷ ବୟସ୍କା ଶ୍ରୀମତୀ ଉଷା ବେହେରାଙ୍କ ସମେତ ୩ଜଣ ଛୋଟ ଛୁଆ ଓ ମହିଳା ମିଶି ୧୯ ପ୍ରବାସୀ ଶ୍ରମିକ ତଲେଙ୍ଗାନା ରାଜ୍ୟର ବିଶକଣ୍ତା ଇଟା ଭାଟିରେ ୨ ମାସ ହେଲା ବନ୍ଧକ ଥିବା ବେଳେ ସେମାନଙ୍କୁ ମୁକ୍ତି କରି ଓଡିଶାକୁ ଫେରାଇ ଆଣିବା ପାଇଁ ଶ୍ରୀମତୀ ଉଷା ବେହେରାଙ୍କ ସ୍ୱାମୀ ତାରାଚାନ୍ଦ ବେହେରା ନବୀନ ଓଡ଼ିଶା ତଥା ଫାଇଭ୍‌-ଟି ଅଧ୍ୟକ୍ଷ ଭିକେ ପାଣ୍ତିଆନଙ୍କୁ ଚିଠି ଲେଖି ଆକୁଳ ନିବେଦନ କରିଛନ୍ତି । ଘଟଣାରୁ ଜଣାଯାଇଛି ଯେ, ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗଉଡମାଲ ଗ୍ରାମର ୧୯ ଜଣ ଦଳିତ ପରିବାର ସଦସ୍ୟ ପେଟ ପାଟଣା ପାଇଁ ତଲେଙ୍ଗାନା ରାଜ୍ୟର ବାଉଁଶବାଡା ଜିଲ୍ଲା ଅନ୍ତର୍ଗତ ଜନୈକ ଇଟାଭାଟି ମାଲିକ କ୍ରିଷ୍ଣାଙ୍କ ବିଶକଣ୍ତା ଇଟାଭାଟିରେ ୨ ମାସ ହେଲା ମଜୁରୀ କାମ କରୁଛନ୍ତି । ଇଟାଭାଟି ମାଲିକ ଶ୍ରମିକମାନଙ୍କୁ ମଜୁରୀ ଦେବା ପରିବର୍ତ୍ତେ ମାର୍‌ପିଟ୍‌ କରି ଅତ୍ୟାଚାର କରୁଥିବାର ଅଭିଯୋଗ ହୋଇଛି । ସେମାନେ ଓଡ଼ିଶା ଫେରିବାକୁ ଚାହୁଁଥିବା ବେଳେ ମାଲିକ ଜୋରଜବରଦସ୍ତ ସେମାନଙ୍କୁ ଇଟାଭାଟିରେ ବନ୍ଧକ ରଖି କାମ କରାଉଥିବା ଅଭିଯୋଗ ହୋଇଛି । ଏହି ପ୍ରବାସୀ ଶ୍ରମିକଙ୍କ ଭିତରେ ୩ ବର୍ଷ ଓ ୫ ବର୍ଷର ୨ଟି ଛୋଟ ଛୁଆ ଥିବା ବେଳେ ମହିଳାମାନେ ମଧ୍ୟ ଅଛନ୍ତି । ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.