oom

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୩୯ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍‌ଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୯ତମ ବାର୍ଷିକ କ୍ରୀଡ଼ା ସମାରୋହ ସ୍ଥାନୀୟ ଆରବି ହାଇସ୍କୁଲ ପଡ଼ିଆରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଲୋକନାଥ ଭୋଇ (ଉପଖଣ୍ଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମପୁର) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମଶାଲ ସ୍ଥାପନା କରି ଧ୍ୱଜା ଆରୋହଣ ପୂର୍ବକ ୩୯ ଗୋଟି ଆତସ ବାଜିର ଶବ୍ଦରେ କ୍ରୀଡ଼ା ସମାରୋହକୁ ଉଦ୍‌ଘାଟନ ଘୋଷଣା କରି ଉପସ୍ଥିତ ଶିଶୁମାନଙ୍କୁ କ୍ରୀଡ଼ାବିତ୍ ମନୋଭାବ ରଖି ସମସ୍ତଙ୍କୁ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଦୂର୍ଗା ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ବାହାରି ପଡ଼ିଆକୁ ଜ୍ୟୋତି ପ୍ରବେଶ କରାଇ ମୁଖ୍ୟ ଅତିଥିଙ୍କୁ ଦେଇଥିଲେ ମୁଖ୍ୟ ଅତିଥି ଜ୍ୟୋତି ସ୍ଥାପନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ପୃଥିରାଜ ସାହୁ ସଭାପତି, ଦ୍ୱାଦଶ କୁମାର ପଧାନ ସଂକୁଳ ପ୍ରମୁଖ, ଜନକଲାଲ ମେହେର ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ । ଶିଶୁମାନଙ୍କ ସ୍ୱାଗତ ସଂଗୀତ ପରେ ବ୍ୟାୟାମ ଯୋଗର ପ୍ରଦର୍ଶନ କରାଯାଇଥିଲା । ଶେଷରେ ସମ୍ପାଦକ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ମୁଖ୍ୟ ଆକର୍ଷଣ ଥିଲା ଶିଶୁ ବାଟିକା ବିଭାଗର ଖେଳ, ମାଆମାନଙ୍କ ବାଟି ଚାମଚ ଦୌଡ଼, ଅଭିଭାବକମାନଙ୍କ ୧୦୦ ମିଟର ଦୌଡ ସହିତ ବିଭିନ୍ନ ଖେଳ ଅନୁଷ୍ଠିତ ହୋଇଥିଲା । ଚୈତନ୍ୟ ଭୋଇ ସହ ପ୍ରଧାନ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶାରୀରିକ ପ୍ରମୁଖ ପ୍ରଦୀପ ରାଜହଂସ ସୂଚନା ପ୍ରଦାନ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jittmm
Leave A Reply

Your email address will not be published.