oom

ଛତ୍ରପୁରରେ ପାଳିତ ବର୍ଣ୍ଣାଢ଼୍ୟ ସମାରୋହର ଶ୍ୟାମାକାଳୀ ପୂଜା ଦର୍ଶନ କଲେ ଗଞ୍ଜମ ଏସ୍‌ପି

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ମା’ ଶ୍ୟାମାକାଳୀ ଭକ୍ତ ପୂଜା କମିଟି ଗୋଷ୍ଠୀ ଆନୁକୂଲ୍ୟରେ ଆୟୋଜିତ ଛତ୍ରପୁର ସହରରେ ଶ୍ୟାମାକାଳୀ ପୂଜା ଚଳଚଞ୍ଚଳ ହୋଇଆସିଛି । ନିୟମିତ ପୂଜା ପାଠ ସହ ଘଣ୍ଟ ହୁଳାହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଆସିଛି ଛତ୍ରପୁର ସହର । ଛତ୍ରପୁର ସହରର ଚଣ୍ଡୀଛକ ସ୍ଥିତ ମାର୍କେଟ ରୋଡ଼ରେ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହର ଶ୍ୟାମାକାଳୀ ପୂଜା ରବିବାର ସନ୍ଧ୍ୟାରେ ଉଦଯାପିତ ହେଉଅଛି ବୋଲି ଆୟୋଜନ କମିଟି ପକ୍ଷରୁ ସୂଚନା ମିଳିଛି । ଆଜି ଭକ୍ତମାନଙ୍କ ନିମନ୍ତେ ସମସ୍ତଙ୍କ ପାଇଁ ଅନ୍ନ-ପ୍ରସାଦର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଦେବୀ ଆଳତୀ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲିଖିତ ହୋଇଥାଏ । ଦୈନିକ ସନ୍ଧ୍ୟାରେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ମା’କାଳୀଙ୍କ ଆରତୀ ଦର୍ଶନ ନିମନ୍ତେ ଆସିଥାନ୍ତି । ଶୁକ୍ରବାର ସନ୍ଧ୍ୟାରେ ଗଞ୍ଜାମ ଏସ.ପି. ଜଗମୋହନ ମୀନା ଉକ୍ତ ଆଧ୍ୟାତ୍ମିକ ସାମାରୋହରେ ଯୋଗଦେଇ ଖୁସିବ୍ୟକ୍ତ କରି ପୂଜା ଆୟୋଜନ କମିଟିଙ୍କୁ ସାଧୁବାଦ ଜଣାଇଥିଲେ । ଶ୍ୟାମାକାଳୀ ପୂଜା ଗୋଷ୍ଠୀ କାର୍ଯ୍ୟକ୍ରମରେ ପୁରୋହିତ ମୋତିଲାଲ ଦାସ, ଶଙ୍କର୍ଷଣ ନନ୍ଦ, ସୁଧାସିନ୍ଧୁ ଦାସ, ରାହୁଲ କୁମାର ଦାସ, ସିପକ ତ୍ରିପାଠୀ ପୂଜାରେ କର୍ତ୍ତା ଇପିଲି ରାଜ କୁମାର, ଇପିଲି ପବିତ୍ରା ଏବଂ କମିଟି ସଦସ୍ୟ ଦେବବ୍ରତ ପଣ୍ଡା, ଦୁର୍ଗା ପ୍ରଧାନ, ଶୁଭମ, ଶେଖର, ଦୀପକ, ରାଜେଶ୍ୱର, ଦିନେଶ, ସିପୁ, ବିଜୁ, ରୋହନ, ଗିରିଶ, ଦିପୁ ପ୍ରମୁଖ ସକ୍ରିୟ ସହଯୋଗ କରିଆସୁଛନ୍ତି ।

jittmm
Leave A Reply

Your email address will not be published.