csstore

ଆଳାପ – ୨୦୨୩ ଓଡ଼ିଶୀ ସଙ୍ଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ୱର ସ୍ଥିତ ଆଳାପ ଟ୍ରଷ୍ଟବ ବୋର୍ଡ ତରଫରୁ ଗତକାଲି ସନ୍ଧ୍ୟାରେ ପଦ୍ମପୁର ଟାଉନ୍ ହଲରେ ଏକ ମନୋଜ୍ଞ ଓଡ଼ିଶୀ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ସଭାରେ ମୁଖ୍ୟ ଅତିଥି ଭାବେ ବିନାୟକ ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସମ୍ମାନିତ ଅତିଥି ଆଳାପ ଅନୁଷ୍ଠାନର ନିର୍ଦେଶକ ତଥା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟାପକ ଗୁରୁ ନିମାକାନ୍ତ ରାଉତରାୟ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ମର୍ଦନ ବିଭାଗର ଅଧ୍ୟାପକ ଗୁରୁ ଦିବାକର ପରିଡ଼ା, ଆୟୋଜକ ଅବସରପ୍ରାପ୍ତ ବିଚାରପତି ରାମଚନ୍ଦ୍ର ତ୍ରିପାଠୀଙ୍କ ଗହଣରେ ମା’ ସମଲେଶ୍ଵରୀ ଓ ଶ୍ରୀ ଜଗନ୍ନାଥଙ୍କ ପ୍ରତିକୃତିକୁ ପୂଜାର୍ଚ୍ଚନା କରି ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଇ ଅବସରରେ ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ରାୟଗଡ଼ ତଥା ସ୍ଥାନୀୟ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବଂଶୀବାଦକ ରାଉରକେଲାର ଗୁରୁ ନରେନ୍ଦ୍ର ନାୟକ, ମର୍ଦଳ ବାଦ୍ୟକାର ସନ୍ତୋଷ ସୁନା, ଅଧ୍ୟାପକ ଗୁରୁ ଦିବାକର ପରିଡ଼ାଙ୍କ ସଙ୍ଗୀତ ସଂଯୋଜନାରେ ଗୁରୁ ନିମାକାନ୍ତ ରାଉତରାୟ, ପ୍ରଫୁଲ୍ଲ ମଙ୍ଗଳ( ରାଉରକେଲା ଶ୍ରୀ ସିଦ୍ଧି ଏକାଡେମୀର ନିର୍ଦେଶକ) ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ, ଭୁବନେଶ୍ଵରର ତେଜସ୍ୱୀନି ରଥ, ସମ୍ବଲପୁର ଆକାଶବାଣୀର ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ନମିତା ଆଚାର୍ଯ୍ୟ, ରାୟଗଡ଼ର ପାଣ୍ଡୁରାମ ମହାନନ୍ଦ ଓ ପଦ୍ମପୁରର ସୁଶ୍ରୀ ଆର୍ଯ୍ୟା ଆଦ୍ୟାଶକ୍ତି ତ୍ରିପାଠୀ ଓଡ଼ିଶା ସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ ।ସମଗ୍ର ସଙ୍ଗୀତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କଣ୍ଠଶିଳ୍ପୀ ଗୁରୁ ନିମାକାନ୍ତ ରାଉତରାୟ । ପରିଶେଷରେ ଧନ୍ୟବାଦ୍ ଦେଇଥିଲେ ସମାଜସେବୀ ନିରୋଜ ଦୋରା ।

jayashree
Leave A Reply

Your email address will not be published.