ପଦ୍ମପୁର ଉପଖଣ୍ଡରେ କୋସଲ ମହାବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଲାଞ୍ଚଲ ପ୍ରତି ହେଉଥିବା ବୈମାତୃକ ମନୋଭାବ ସହ ଅନ୍ୟାୟ ବିରୁଦ୍ଧରେ ପଶ୍ଚିମ୍ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ଦାବୀରେ ପଶ୍ଚିମ୍ ଓଡିଶାର ସବୁ ଜିଲ୍ଲାରେ ୧୨ ଘଣ୍ଟିଆ ମହାବନ୍ଦ୍ ଡାକରା ଦିଆଯାଇଛି । ଏଣୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପଦ୍ମପୁର ଉପଖଣ୍ଡ ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲେଟ କୋସଲ ଯୁବ କ୍ରିୟାନୁଷ୍ଠାନ କମିଟି, କୋଶଳ ସେନା, କୋଶଳ ଯୁବ ଶକ୍ତି, କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ସହ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ପାଳନ କରିଛି । ଜରୁରୀ ସେବାକୁ ଛାଡି ସମସ୍ତ ସରକାରୀ, ବେସରକାରୀ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ, ଦୋକାନ, ବଜାର, ମୋଟର ଯାନ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ଏହି ମହାବନ୍ଦକୁ ଆଦିବାସୀ, ଓବିସି ଦଳିତ ସେନା ସହ ବିଭିନ୍ନ ସଙ୍ଗଠନ ସମର୍ଥନ କରିଛି । ଆଗାମୀ ଦିନରେ କୋସଲ ରାଜ୍ୟ ନହେଲେ ବିରାଟ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏଥିପାଇଁ ଗାଇସିଲାଟ ବ୍ଲକର କୋସଲ ରାଏଜ ମୁକ୍ତି ମୋର୍ଚ୍ଚାର ସଭାପତି ଗଜପତି ସାହୁ, କୋଶଳ ରାଜ୍ୟ କ୍ରିୟାନୁଷ୍ଠାନ କମିଟିର ସଭାପତି ଅରବିନ୍ଦ ପଣ୍ଡା, କୋସଲ ସେନାର ସଭାପତି ସରୋଜ ସାହୁ, ପ୍ରସନ୍ନ କୁମ୍ଭାର, ବିରେନ୍ଦ୍ର ପଧାନ, ଆନନ୍ଦ ପଧାନ, ଯଜେ୍ଞଶ୍ୱର ପଧାନ, ସୋମନାଥ ସାହୁ, ସଞ୍ଜୟ ଜରଜରିଆ, ବିରେନ୍ଦ୍ର ସାହୁ, ଶିବୁ ପ୍ରସାଦ ପାଢ଼ୀ, ବଲ୍ଲବ ସାହୁ, ରବି ସାହୁ, ଲକି ସାହୁ, ଲାଲଜି ଝାଙ୍କର, ଶିଶୁପାଳ ସାହୁ, ପ୍ରତାପ ସାହୁ, ଜୟନ୍ତ ସାହୁ, ତିଳକ ସାହୁ, କୋସଲ ଯୁବ ଶକ୍ତି, ପଶ୍ଚିମ ଓଡିଶା ଯୁବା ମଞ୍ଚ ଓ ବହୁ କୋସଲ ପ୍ରେମୀ ସାମିଲ ଥିଲେ ।

Leave A Reply

Your email address will not be published.