oom

ଛତ୍ରପୁର ଓକିଲ ସଂଘ କମ୍ୟୁନିଟି ହଲ୍ ଭିତ୍ତିପ୍ରସ୍ତର ସ୍ଥାପନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ବହୁ ପ୍ରତିଷ୍ଠିତ ପୁରୁଣା ବାର-ଆସୋସିଏସନ ସ୍ଥାନରେ ଓକିଲ ସଂଘର କମ୍ୟୁନିଟି ହଲ୍ ନିର୍ମାଣ ନିମନ୍ତେ ରାଜ୍ୟ ସରକାରଙ୍କ ଫାଇଭ୍‌-ଟି ଯୋଜନାରେ ୪ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି କୋଠାର ନିର୍ମାଣ ନିମନ୍ତେ ୱର୍କ-ଆଉଟ ଅର୍ଡର ହୋଇଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ କରକମଳରେ ବୁଧବାର ଆନୁଷ୍ଠାନିକ ଭାବେ ଭୂମିପୂଜନ ସହ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି ସାମାରୋହରେ ଓକିଲ ସଂଘର କର୍ମକର୍ତ୍ତା ଓ ଓକିଲ ସଦସ୍ୟ ମଣ୍ଡଳୀଙ୍କ ମହଲରେ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଥିଲା । ବାର-ଆସୋସିଏସନର ସଭାପତି ପ୍ରଦୀପ କୁମାର ପାଢ଼ୀ ବ୍ରହ୍ମପୁର ସାଂସଦଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ଉପସ୍ଥାପନ କରିଥିଲେ । ସାଂସଦଙ୍କ ପାଣ୍ଠିରୁ ମଧ୍ୟ ସାଂସଦ ଚନ୍ଦ୍ରଶେଖର ସାହୁ ଅନୁଦାନ ଦେବାକୁ ରାଜି ଅଛନ୍ତି ବୋଲି ପାଢ଼ୀ କହି ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାର-ଆସୋସିଏସନର ସମ୍ପାଦକ ଏଲ୍‌-ଗୋପୀ, କୋଷାଧ୍ୟକ୍ଷ ଆର୍ଡଭୋକେଟ୍‌ ପ୍ରମୋଦ କୁମାର ପୁରୋହିତ, ବରିଷ୍ଠ ଆଇନଜ୍ଞ ସୂର୍ୟ୍ୟନାରାୟଣ ସାମନ୍ତରାୟ, କୃଷ୍ଣଚନ୍ଦ୍ର ମିଶ୍ର, ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଓକିଲ ଲକ୍ଷ୍ମଣ ପଣ୍ଡା, ପୂର୍ବତନ ବିଧାୟକ ତଥା ଓକିଲ ଅଶୋକ କୁମାର ଚୌଧୁରୀ, ରାମଚନ୍ଦ୍ର ବେହେରା, ସନ୍ତୋଷ କୁମାର ପଶୁପାଳକ, ସିମାଞ୍ଚଳ ମହାପାତ୍ର ପ୍ରମୁଖ ବହୁ ଛତ୍ରପୁର ଓକିଲ ସଦସ୍ୟ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.