jayashree

ସ୍ୱେଚ୍ଛାସେବୀ ସଂଗଠନର ବାର୍ଷିକ ଉତ୍ସବରେ ନରସିଂହ

  • ରାଜନୈତିକ ଚିନ୍ତାଧାରାର ଉଦ୍ଧ୍ୱର୍ରେ ରହି ବିକାଶ ପାଇଁ କାମ କରିବା : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତାର ବାର୍ଷିକ ଉତ୍ସବ ପାଳନ କରୁଛି । ପ୍ରଧାନ କରିଥିବା ତାଙ୍କ ବିବରଣୀରୁ ଜଣାଯାଉଛି ଯେ ସମାଜସେବା କ୍ଷେତ୍ରରେ ଏହି ସଂଗଠନ ନିସ୍ୱାର୍ଥପର ଭାବରେ ନିରବଛିନ୍ନ ସମାଜସେବା କରିଚାଲିଛି । କେବଳ ସେବା ନୁହେଁ ଏହି ସଂଗଠନ ଅତିତରେ ଏବଂ ବର୍ତ୍ତମାନ ମଧ୍ୟ ବଲାଙ୍ଗିରର ହକ୍‌ ଦାବୀରେ ବିଭିନ୍ନ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । ଏହି ପରିପ୍ରେକ୍ଷୀରେ ଆଜି ଏଠାରେ ଉପସ୍ଥିତ ଥିବା ବିଭିନ୍ନ ରାଜନୈତିକ ଦଳ ନେତୃବୃନ୍ଦ ଏବଂ ସ୍ୱେଚ୍ଛାସେବୀ ବନ୍ଧୁମାନଙ୍କୁ ଅନୁରୋଧ କରିବି ଆସନ୍ତୁ ରାଜନୈତିକ ଚିନ୍ତାଧାରାରୁ ଉଦ୍ଧ୍ୱର୍ରେ ବଲାଙ୍ଗିରର ବିକାଶ ପାଇଁ ଲଢେଇ କରିବା ଏବଂ ବଲାଙ୍ଗିରର ସର୍ବାଙ୍ଗୀନ ଉନ୍ନତି କରିବା । ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ଶ୍ରୀ ମିଶ୍ର ଏହା ମଧ୍ୟ କହିଛନ୍ତି ଯେ, ଆମ ବଲାଙ୍ଗିରର ବହୁ ବର୍ଷ ପୂର୍ବେ ଐତିହାସିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଅନୁସାରେ ଆମ ଅଂଚଳ ଶିକ୍ଷା କ୍ଷେତ୍ରରେ ଆଗୁଆ ଥିଲା କିନ୍ତୁ ପରବର୍ତ୍ତି ସମୟର ରାଜତନ୍ତ୍ର ଏ ଅଂଚଳକୁ ପଛୁଆ କରିଦେଇଥିଲା । ଅଭିଭକ୍ତ ବଲାଙ୍ଗିର ଅନେକ ବିଦ୍ୟାନ, ଚିକିତ୍ସକ ତଥା ଲେଖକ ସୃଷ୍ଟି କରିଛି । କବିରାଜ ଚତୁର୍ଭୁଜ ରାୟଗୁରୁ, ଲେଖକ ବ୍ରଜ ବିହାରୀ ବହିଦାର, ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତି ଆମ ପାଇଁ ଚିର ସ୍ମରଣୀୟ । ଆମ ଭାଷାରେ ନିମିତ ସିନେମା ଭୁକା, ଶଳାବୁଢା ଏବଂ ଆଦିମ ବିଚାର ଭଳି ସିନେତା ସାରା ବିଶ୍ୱ ଦରବାରରେ ପ୍ରଶଂସିତ । ତେଣୁ ଆମ ଅଂଚଳ କୌଣସି ଗୁଣରେ କମ ନୁହେଁ । ରାଜନୈତିକ ଚିନ୍ତାଧାରାରୁ ଉଦ୍ଧ୍ୱର୍ରେ ରହି ଆମେ ବଲାଙ୍ଗିର ବିକାଶ ପାଇଁ ଚିନ୍ତା କରିବା ତେବେ କେହି ବଲାଙ୍ଗିର ବିକାଶକୁ ଅଟକାଇ ପାରିବେ ନାହିଁ । ମଂଚାସୀନ ଅତିଥିମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଲିକା ସାହୁ, ସମାଜସେବୀ ତଥା ଏକ୍ସନ କମିଟିର ମୁଖ୍ୟ ଗୋପାଳଜୀ ପାଣିଗ୍ରାହୀ, ଯୁବନେତା ଆକବର ଖାନ, ମୁଖ୍ୟବକ୍ତା ଡା. ବେଣୁଧର ପାଣ୍ଡେ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ସମାଜର ବିଭିନ୍ନ କ୍ଷେତ୍ରରେ ଉତ୍ତମ ସେବା ତଥା ପାରିଦର୍ଶିତା ପ୍ରତିପାଦନ କରିଥିବା ଟୁନା ମିଶ୍ର, ସୁଶ୍ରୀ ସୁପ୍ରିୟା ଦାଶ, ହାର୍ଦ୍ଦିକ ଭ୍ରମର, ମନୋଜ ଦୀପ ଏବଂ ଅଜୟ ଅମର ସିଂଦେଓଙ୍କୁ ଅତିଥିମାନଙ୍କ ହାତରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱେଚ୍ଛାସେବୀ ସଂଗଠନର ସଭାପତି ସନ୍ତୋଷ ପଟ୍ଟନାୟକଙ୍କ ସଭାପତିତ୍ୱ ଓ ଜୟଦେବ କରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂପାଦକ ଗୋବିନ୍ଦ ଚନ୍ଦ୍ର ଶତପଥି, ମହମ୍ମଦ ବବୁଲୁ, ଜିତୁ ସାହୁ, ଲିଙ୍କନ ସେଠ, ରୁପକ ପ୍ରଧାନ, ରବିନ୍ଦ୍ର ପ୍ରଧାନ, ଅନିତା ମିଶ୍ର, ସ୍ୱେତା ସାହୁ, ଶିମାଂଚଳ, ଚିନ୍ମୟୀ, ଶୋଭା, ପାୟଲ, ରିଙ୍କି ଓ ବବିତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

Leave A Reply

Your email address will not be published.