ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂପାଦକ ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ସଂସ୍କୃତ ପରିଷଦ ବଲାଙ୍ଗିରର ବୈଠକ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ନୀଳମଣି ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଗତ ଅଧିବେଶନର ବିବରଣୀ ପାଠ ପରେ କୋଷାଧ୍ୟକ୍ଷ ରାଜ କିଶୋର ପଣ୍ଡା ମୁଖ୍ୟବକ୍ତା ଦାୟିତ୍ୱ ତୁଳାଇଥିଲେ । ସେ ନିଜର ଅଭିଭାଷଣରେ ଭାରତୀୟ ସଂସ୍କୃତିକୁ ଭିତ୍ତି କରି ‘କନ୍ୟା ରତ୍ନ’ର ମହତ୍ୱ ବୁଝାଇଥିଲେ । ରାମାୟଣ, ମହାଭାରତ, ଭାଗବତ, ଉପନିଷଦ ତଥା ଅଭିଜ୍ଞାନ ଶକୁନ୍ତଳାର ବିଭିନ୍ନ ଚରିତ୍ରକୁ ଆଧାର କରି ପୁତ୍ରର ସଂଜ୍ଞା ଓ କନ୍ୟା ରତ୍ନର ସଂଜ୍ଞା ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ତାରତମ୍ୟକୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଶେଷରେ ପର୍ଶୁରାମ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଜଗଦୀଶ ପ୍ରସାଦ ନାଥ, ବିଶ୍ୱନାଥ ଶତପଥି, ପୁରୁଷୋତ୍ତମ ପଣ୍ଡା, ବନମାଲି ନନ୍ଦ, ଆହ୍ଲାଦ କୁମାର ପୁଝାରୀ ପ୍ରମୁଖ ଏହି ସାଂଗଠନିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।