ବଲାଙ୍ଗିର, (କେପିଏନ୍ଏସ୍) : ଆଗଲପୁର ବ୍ଲକର ବକଟି ଗ୍ରାମ ପଞ୍ଚାୟତର ବଡ ଖଲିଆପାଲି ଗ୍ରାମର ଦାଦନ ଶ୍ରମିକ ପ୍ରଦୀପ କୁମ୍ଭାର(୩୬)ଙ୍କ ତାମିଲନାଡୁଠାରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି କିନ୍ତୁ ପ୍ରକୃତରେ ପ୍ରକୃତ ହିତାଧିକାରୀମାନଙ୍କ ପାଖକୁ ଯୋଜନା ପହଞ୍ଚି ପରୁନାହିଁ । ଯାହାକି ଦାଦନ ଶ୍ରମିକ ପ୍ରଦୀପ ଏକ ଜ୍ୱଳନ୍ତ ଉଦାହରଣ ବୋଲି ମତ ପ୍ରକାଶ ପାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଦୀପ ଥୋଥି ଜିଲ୍ଲା ତାଳମୁତି ନଗର ରୋଷନ୍ ପ୍ଲାଷ୍ଟର ଅଫ ପ୍ୟାରିସ କମ୍ପାନୀରେ କାମ କରୁଥିଲେ ।