ନକଲି ମଦ କାରଖାନା ଠାବ : ତିଆରି ସାମଗ୍ରୀ ସହ ୧ ଗିରଫ

କେନ୍ଦୁଝର : କେନ୍ଦୁଝରରେ ନକଲି ମଦ କାରଖାନା ଠାବ । ବିପୁଳ ପରିମାଣର ନକଲି ମଦ, ମଦ ତିଆରି ସମଗ୍ରୀ ଜବତ ସହ ଜଣେ ଗିରଫ । ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ କେନ୍ଦୁଝର ଏବଂ ପାଟଣା ଅବକାରୀ ବିଭାଗ ସହାୟତରେ ତୁରୁମଙ୍ଗା ଅଂଚଳର ସୁଦର୍ଶନ ସାହୁ ନାମକ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲା । ସେଠାରେ ଚଢ଼ାଉ କରି ମଦ ତିଆରି ମେସିନ ସହ ନକଲି ମଦ ଜବତ କରିବା ସହ ୬୩୦ ଲିଟର ନକଲି ସ୍ପିରିଟ୍, ଖାଲି ମଦ ବୋତଲ, ଠିପି, ଷ୍ଟିକର ଆଦି ଉପକରଣ ଜବତ କରିଛି । ନକଲି ମଦ ତିଆରି କରୁଥିବା ସୁଦର୍ଶନ ସାହୁଙ୍କୁ ଗିରଫ କରିଛି ।

ଅବକାରୀ ବିଭାଗର ସୂଚନା ଅନୁଯାଇ ଅଭିଯୁକ୍ତ ଲକଡାଉନ ସମୟରେ ମଦ ଅଭାବର ସୁଯୋଗ ନେଇ ଏ ବ୍ୟବସାୟ ଆରମ୍ଭ କରିଥିଲା । ଆଖପାଖ ଜିଲ୍ଲା ସହ କେନ୍ଦୁଝରର କିଛି ଅଂଚଳରେ ଏହି ବ୍ୟବସାୟର କାୟା ବିସ୍ତାର କରିଥିବା ବେଳେ ଶେଷରେ ଧରାପଡି ଗିରଫ ହୋଇଛନ୍ତି ।

Leave A Reply

Your email address will not be published.