ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅନ୍ୟତମ ଶକ୍ତିପୀଠ ରିକାପଲ୍ଲୀ ଅଞ୍ଚଳର ଗ୍ରାମଦେବୀ କଳ୍ପବାସିନୀ ପୀଠ ଅଧିଷ୍ଠାତ୍ରୀ ଦେବୀ ଆଦ୍ୟାଶକ୍ତି ମା’ ବୁଢ଼ୀ ଠାକୁରାଣୀଙ୍କ ପୀଠରେ ଦଶମହାବିଦ୍ୟା ପୂଜା, ଚଣ୍ଡୀପାଠ ସହ ଷୋଡଶ ପୂଜାର୍ଚ୍ଚନା ଆଦି ଅନୁଷ୍ଠିତ ହୋଇଆସିଛି । ଏଠାରେ ଦୈନିକ ଆଖପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ମା’ ବୁଢ଼ୀ-ଠାକୁରାଣୀ ମନ୍ଦିରରେ ଦିବାରାତ୍ରୀ ଚଳ ଚଞ୍ଚଳ ରହୁଛି । ବେଦମନ୍ତ୍ରରେ ଏବଂ ଘଣ୍ଟା ଘଣ୍ଟ, ଝାଞ୍ଜ ନାଦରେ ସ୍ଥାନଟି ପ୍ରକମ୍ଫିତ ହୋଇ ନବରାତ୍ର ପୂଜା ଖୁବ ସରଗରମ ହୋଇ ଉଠିଛି । ରବିବାର ମଧ୍ୟାହ୍ନରେ ଅନ୍ନ-ପ୍ରସାଦ ବିତରଣ ସେବା ଅବା ଆନନ୍ଦବଜାର ବ୍ୟବସ୍ଥାପନା ହୋଇଥିଲା । ଦେବୀଙ୍କ ଏହି ଅନ୍ନଭୋଗ ଖାଇ ଭକ୍ତମାନେ ଆନନ୍ଦ ଲାଭ କରିଛନ୍ତି । ବିଜୟା ଦଶମୀ ପର୍ଯ୍ୟନ୍ତ ଏହି ନବରାତ୍ର ସମ୍ଭାର ଚାଲିବ । ବୁଧବାର ଅର୍ଥାତ ୨୫ ତାରିଖରେ ସନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ସମାରୋହରେ ସହର ପରିକ୍ରମଣ ହୋଇ ପୂଜାସମ୍ଭାରରେ ଲାଗିଥିବା ଘଟ, କଳସ ଆଦି ବିସର୍ଜନ ହେବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ।