jayashree

ବୁଦ୍ଧିବଣା ହୋଇ ବଲାଙ୍ଗିର ଟାଉନ ଥାନାରେ ଦ୍ୱାରସ୍ଥ ହେଲେ ସୁଦପଡ଼ାର ଜଣେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ଘରୁ ତଡ଼ି ଦେବା ପରେ କୁନି ଝିଅକୁ ନେଇ ମାବାପାଙ୍କ ପାଖରେ ଆଶ୍ରୟ ନେଇଥିଲେ । ଏବେ ମାବାପା ବି ଗାଳି ଗୁଲଜ କରି ଘରୁ ତଡୁଛନ୍ତି । ଏବେ କୁଆଡେ଼ ଯିବେ, ବୁଦ୍ଧିବଣା ହୋଇ ବଲାଙ୍ଗିର ଟାଉନ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା । ସଂପୃକ୍ତ ମହିଳା ଜଣକ ହେଉଛନ୍ତି ସୁଦପଡାର ସୁନିତା ମେହେର । ତାଙ୍କ ଅଭିଯୋଗ ଅନୁସାରେ ୫ ବର୍ଷ ହେଲା ସ୍ୱାମୀ ବଳରାମ ଉଗ୍ରେ ତାଙ୍କୁ ଘରୁ ତଡ଼ି ଦେବା ପରେ ସେ ସୁଦପଡାରେ ତାଙ୍କ କୁନି ଝିଅକୁ ନେଇ ମା’ବାପାଙ୍କ ପାଖରେ ରହି ଆସୁଥିଲେ । ଏବେ ତାଙ୍କ ମା’ବାପା ବି ତାଙ୍କୁ ଗାଳିଗୁଲଜ କରି ଘରୁ ତଡ଼ି ଦେଉଥିବା ସେ ବଲାଙ୍ଗିର ଟାଉନ୍‌ରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.