oom

ଖଇରାରେ ଗଣେଷ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ମନ୍ଦିରପଡା ଗଣେଷ ପୂଜା କମିଟି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଗ୍ରାମ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଭବାନୀ ରଣାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବ୍ଲାକ୍ କମାଣ୍ଡୋ ତଥା ଯୁବନେତା ଗିରିରାଜ ସିଂ ମାଝୀ, ସମ୍ମାନୀୟ ଅତିଥି ଭାବେ ତୁରେକେଲା ବ୍ଲକ ବିଜେଡି ସଭାପତି ଆଶାଦୁଲ୍ଲା ଖାଁ, ତୁରେକେଲା ବ୍ଲକ ଯୁବ ବିଜେଡି ସଭାପତି ଉତ୍ତମ ପନିକା, ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀ, ସମାଜସେବୀ ବିଟୁ ସାଙ୍ଗା, ନିରଞ୍ଜନ ରଣା, ମଧୂସୁଦନ ବେହେରା, ସୂଦନ ରଣା, ଟିକମନ ନାଗ, ଖୁଦାଂଚି ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଗାଁର ଯୁବ ଶିକ୍ଷକ ଚନ୍ଦ୍ରଧ୍ୱଜ ଭୋଇ, ମତିରାମ ଭୋଇ, ଓମ୍‌ପ୍ରକାଶ ରଣାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ କର୍ତା ନିମାଇଁ ଯୁଗ୍ନିଆ ଦାୟିତ୍ୱ ତୁଲାଇଥିଲେ । ଆୟୋଜକ କମିଟିର ଝଜ ଚନ୍ଦନ, ନେହେରୁ ବେହେରା, ବନବେହେରା, ଜୁଗଲ, ଦୁଷ୍ମନ୍ତ ବବଲୁ, ନିଧି, ଟଙ୍କନାଗ, ବୃନ୍ଦା, ଜଗମୋହନ, ଜ୍ୟୋତି, ରାଜେଶ, ରମେଶ, ତୋଫାନ, ପଙ୍କ, ଟିକେ, ନରେଶ, ଭଇରାମ୍‌, ମାନେକ, ତୁଲାମଣୀ, ଜମ୍ବୁଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଡ୍ୟାନ୍ସ ପ୍ରତିଯୋଗିତାରେ ଜୁଲି ଗୃପ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବିଲମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.