jayashree

ବଲାଣି ପାଟ ମନ୍ଦିର

ବଣାଇ, (ହବିବ ମହମ୍ମଦ) : ବଣାଇଗଡ଼ ସଦରରୁ ୮ କିଲୋମିଟର ବଲାଣି ପାଟ ମନ୍ଦିର । କେଉଁ ଆଦି କାଳରୁ ଏଠି ବଣାଇର ଆରାଧ୍ୟା ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ । ପାହାଡ଼ ପାଦ ଦେଶରେ ଏଠି ପ୍ରତ୍ୟେକ ତିନି ବର୍ଷ ଅନ୍ତରାଳେ ବଲାଣି ପାଟ ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ମାନସିକ କରିଥିବା ଶ୍ରଦ୍ଧାଳୁ ଏଠି ହଜାର ହଜାର ସଂଖ୍ୟାରେ ଆସି ଦେବୀଙ୍କ ଦର୍ଶନ କରି ନିଜ ପ୍ରତିଜ୍ଞା ମୁତାବକ ଭୋଗ ଲଗାନ୍ତି । ଆଦିବାସୀ ବହୁଳ ପଞ୍ଚ ପାଲିରେ ଏହି ଦିନଟି ପାର୍ବଣ ପ୍ରତୀତ ହୁଏ । ବଣାଇ ତଥା ସମଗ୍ର ଓଡିଶାରୁ ଶ୍ରଦ୍ଧାଳୁ ଏଠିକି ଆସୁଥିବାରୁ ଏ ଅଞ୍ଚଳ ଉତ୍ସବ ମୁଖର ହୋଇଥାଏ । ୧୪୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ପୂଜା ସ୍ଥଳୀ ଥିବାରୁ ଶତାଧିକ ଦୋକାନ ଏଠି ସାମୟିକ ଭାବେ ଲାଗେ । ଚାଷ କାମର ବିରତି ପରେ ଏ ପୂଜା ପଡୁଥିବାରୁ ବେଶ ଜନ ଗହଳି ହୋଇଥାଏ ।

Leave A Reply

Your email address will not be published.