jayashree

ବଲାଙ୍ଗିର ମାଟିର ମହକ ଡା. ଅନନ୍ୟା ଉଦ୍‌ଗାତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ମହକ ଡା. ଅନନ୍ୟା ଉଦ୍‌ଗାତା । ପେସାରେ ସେ ଜଣେ ଡାକ୍ତର, ଅଥଚ ନିଶା ତାଙ୍କ ଗୀତ ଗାଇବାରେ । ଖୁବ୍‌ ସୁନ୍ଦର ଗୀତ ଗାଆନ୍ତି, ଶ୍ରୋତାଙ୍କୁ ବିମୁଗ୍ଧ କରିଦେବା ଭଳି ଚମତ୍‌କାର ପ୍ରତିଭାର ଅଧିକାରିଣୀ ଅନନ୍ୟା । ବଲାଙ୍ଗିର ସହରର ତୁଳସୀନଗରରେ ତାଙ୍କ ଘର । ବାପା ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ୍‌ ହସ୍‌ପିଟାଲ୍‌ର ଜଣେ ସୁନାମଧନ୍ୟ ଡାକ୍ତର, ଛାତିରୋଗ ବିଶେଷଜ୍ଞ । ମା’ ବି ଡାକ୍ତର । ସେ ନିଜେ ବି ଡାକ୍ତର ପେସାରେ । ସତରେ ଯେମିତି ଲୋକଙ୍କୁ ଚିକିତ୍ସା ସେବା ପ୍ରଦାନ କରିବା ତାଙ୍କ ପରିବାରର ଧର୍ମ ପାଲଟିଛି । ଅନନ୍ୟା ଛୋଟ ବେଳୁ ଗୀତ ପ୍ରତି ଆକର୍ଷିତ । ଆଜି ପର୍ଯ୍ୟନ୍ତ ଗୁଡ଼ାଏ ମଂଚରେ ସେ ଗୀତ ଗାଇ ବେଶ୍‌ ସଫଳତା ପାଇଛନ୍ତି । ବାପାମା’ଙ୍କୁ ନିଜ ଜୀବନର ଆଦର୍ଶ ମଣନ୍ତି ଅନନ୍ୟା । ସେ ଓଡ଼ିଆ ଗୀତ ହେଉ କି ହିନ୍ଦୀ, କି କୋଶଲୀ ଗୀତ ବି ହେଉ, ଅନନ୍ୟାଙ୍କ କଣ୍ଠରେ ବେଶ୍‌ ଜୀବନ୍ତ ହୋଇଉଠେ….ଶ୍ରୋତାଙ୍କୁ ବିମୋହିତ କରିପକାଏ ।

Leave A Reply

Your email address will not be published.