ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାଲିଗ୍ରାମର ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା କ୍ଷେତ୍ରସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ସିଦ୍ଧବିନାୟକଙ୍କ ମନ୍ଦିରରେ ଶ୍ରୀଗଜାନନଙ୍କ ପୂଜାକର୍ମ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଅଛି । ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ଲକ୍ଷ୍ମୀଧର ପାଢୀ, ସହାୟକ ପୂଜକ ଲକ୍ଷ୍ମୀଧର ଦିକ୍ଷିତ୍ ଏବଂ ପୁଷ୍ପାଳକ ପ୍ରହ୍ଲାଦ ମିଶ୍ରଙ୍କ ସହଯୋଗରେ ସମସ୍ତ ଦେବାଦେବୀଙ୍କ ଦୈନଦିନ ଦେବନୀତି ସହିତ ଅଗ୍ରପୂଜ୍ୟ ସିଦ୍ଧବିନାୟକଙ୍କ ପୂଜାକର୍ମ ଅନୁଷ୍ଠାନର ବରିଷ୍ଠ ଟ୍ରଷ୍ଟି ତଥା ଭକ୍ତ ଦାସିଆ ସ୍ମୃତି କମିଟିର କୋଷାଧ୍ୟକ୍ଷ ଅର୍ଜ୍ଜୁନ ଚରଣ ସାମଲଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଭକ୍ତ ଦାସିଆ ଓଡ଼ିଶୀ ସଂକୀର୍ତ୍ତନ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଗାୟକ କବିନ୍ଦ୍ର ବେହେରା, ସହକର୍ମୀ ପଙ୍କୁ ଜେନା, ଗିରିଧାରୀ ପଲାଇ, ଲକ୍ଷ୍ମୀଧର ଲେଙ୍କା, କୃଷ୍ଣଚନ୍ଦ୍ର ରାଉତ, ନିରଞ୍ଜନ ସାହୁ ଓ ସୁବାସ ପ୍ରଧାନଙ୍କ ଦ୍ୱାରା ନାମସଂକୀର୍ତ୍ତନ କରାଯାଇଥିଲା । ନିକଟବର୍ତ୍ତୀ ଅଞ୍ଚଳସ୍ଥ ବହୁ ଶିକ୍ଷା ଅନୁଷ୍ଠାନରୁ ଉକ୍ତ ପୀଠକୁ ଦର୍ଶନରେ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଗହଣରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ପୁଷ୍ପାଞ୍ଜଳି ଦେବା ପରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକର୍ମରେ ସଂପାଦକ ଡ଼.ଘନଶ୍ୟାମ ସ୍ୱାଇଁ, ମହର୍ଷି ମହାବିଦ୍ୟାଳୟ ଦର୍ଶନ ବିଭାଗର ଅବସରପ୍ରାପ୍ତ ପ୍ରଧ୍ୟାପକ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ବରିଷ୍ଠ ସଦସ୍ୟ ପଞ୍ଚାନନ ନାୟକ, ଇଂ.ଶ୍ରୀଧର ମାହଲ, ସମାଜସେବୀ ଦିଲିପ କୁମାର ପଟ୍ଟନାୟକ, ବିପିନି ବିହାରୀ ସାହୁ, ବ୍ରଜମୋହନ ମହାନ୍ତି, ପ୍ରତାପ ଚନ୍ଦ୍ର ସିଂ, ଚରଣ ପରିଡ଼ା, ଚିତ୍ତରଞ୍ଜନ ସେନାପତି, କୃଷ୍ଣଚନ୍ଦ୍ର ଲେଙ୍କା, ବଟକୃଷ୍ଣ ପଲାଇ, ସ୍ୱୟଂପ୍ରକାଶ ପରିଡ଼ା ପ୍ରମୁଖ ଯୋଗଦେଇ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।
Prev Post
Next Post