କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଂଚାୟତ ବ୍ରାହ୍ମଣୀମୁଣ୍ଡା ଗ୍ରାମର ଜନୈକ ବିବାହିତ ଯୁବକ ଆଜି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୁଲିସର କହିବା ମୁତାବକ ବ୍ରାହ୍ମଣୀମୁଣ୍ଡା ଗ୍ରାମର ବିନୋଦ ରଣାଙ୍କ ପୁଅ ମନ୍ଦିର ରଣା(୨୫) ନିଜ ଘରେ ନିଜ ବେକରେ କପଡା ଲଗାଇ ଆତ୍ମହତ୍ୟା କରିଥିଲେ । ଖବର ପାଇ ରିଷିଡା ଫାଣ୍ଡି ଅଧିକାରୀ ବିପିନ ବିହାରୀ ମିଶ୍ର ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମ.ରାମପୁର ପଠାଇଥିଲେ । ଏନେଇ ମ.ରାମପୁର ଥାନାରେ ୟୁଡି କେସ୍ ନଂ ୧୫ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଲାଇଛି । ମୃତକ ମନ୍ଦିର ରଣା ଗତ ୬/୭ ମାସ ତଳେ ବିବାହ କରିଥିଲେ । ପାରିବାରିକ କଳହ କାରଣରୁ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି ।
Next Post