pr

ମିଳିଲାନି ଶବ ବୋହା ଗାଡି : ବାଇକରେ ବୋହା ହେଲା ଶବ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ଯୋଜନାମାନେ ଗ୍ରାଉଣ୍ଡ ଜିରୋରେ ଫେଲ୍‌ ମାରୁଥିବା ଦେଖିବାକୁ ମିଳୁଛି । ମୃତ ରୋଗୀମାନଙ୍କ ପାଇଁ ଶବ ବୋହା ଗାଡିର ବ୍ୟବସ୍ଥା ଥିବା ସତ୍ୱେ ଆଜି ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ବନ୍ଧୁ ପରିଜନ ଡାକ୍ତରଖାନା କର୍ମଚାରୀଙ୍କୁ ବାରମ୍ବାର ଗୁହାରି କରିବା ପରେ ମଧ୍ୟ ଶବ ବୋହା ଗାଡି ଗୋଟିଏ ପାଇ ପାରି ନଥିଲେ । ଫଳରେ ହତାଶ ହୋଇ ଶବକୁ ବାଇକରେ ବୋହି ନେବାକୁ ବାଧ୍ୟ ହୋଇଥିଲେ । ବଲାଙ୍ଗିର ସଦର ମହକୁମା ଡାକ୍ତରଖାନାରେ ଏଭଳି ଅବସ୍ଥା ଥିବା ବେଳେ ଗାଁମାନଙ୍କର ଅବସ୍ଥା ସାଧାରଣରେ ଅନୁମାନ କରାଯାଇ ପାରେ ବୋଲି ରୋଗୀଙ୍କ ସଂପର୍କୀୟ କହିଛନ୍ତି । ସୂଚନା ଅନୁସାରେ ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟେନପାଲି ଗ୍ରାମର ଅଶୋକ ତାଣ୍ଡିଙ୍କୁ ପ୍ରବଳ ଜ୍ୱର ହେବାରୁ ଗତ ୧୯ ତାରିଖ ଦିନ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଦିନର ଚିକିତ୍ସା ପରେ ତାଙ୍କର ଅବସ୍ଥା ଆହୁରି ବିଗିଡିବାରେ ଲାଗିଥିବା ବେଳେ ଆଜି ସନ୍ଧ୍ୟା ୫ଟା୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରିବାର ପାଖରେ ଆଉ ଟଙ୍କା ନଥିବାରୁ ସେମାନେ ଶବ ବୋହା ଗାଡିର ବନ୍ଦୋବସ୍ତ କରିବା ପାଇଁ ଡାକ୍ତରଖାନା କର୍ମଚାରୀମାନଙ୍କ ପାଖରେ ନେହୁରା ହୋଇଥିଲେ । କିନ୍ତୁ କେତେ ବେଳେ ଗାଡି ନାହିଁ ତ ଆଉ କେତେବେଳେ ଗାଡି ଭାସି ଯାଇଛି କହି କର୍ମଚାରୀମାନେ ତାଙ୍କୁ ଭୁଆଁ ବୁଲାଇଥିଲେ । ଶେଷରେ ସେମାନେ ହତାଶ ହୋଇ ଶବକୁ ବାଇକରେ ବୋହି ନେବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି ।

nrusinghnath
Leave A Reply

Your email address will not be published.