ନୂତନ ଉପଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ନୂତନ ଉପଜିଲ୍ଲାପାଳ ରୂପେ ଆଲୋକ କୁମାର ପଟେଲ ଆଜି ଯୋଗ ଦେଇଛନ୍ତି । ଶ୍ରୀ ପଟେଲ ଭାରପ୍ରାପ୍ତ ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ନୂତନ ଉପଜିଲ୍ଲାପାଳଙ୍କୁ ସ୍ୱାଗତ ଜଣାଇଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ପଟେଲ ପଦ୍ମପୁର ଉପଖଣ୍ଡ ସାମଗ୍ରିକ ବିକାଶ ପାଇଁ ଉପଜିଲ୍ଲାପାଳ ରୂପେ ଆପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି । ଜନସାଧାରଣଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ସେ ସବୁପ୍ରକାରର ଉଦ୍ୟମ କରିବେ ବୋଲି କହିଛନ୍ତି । ଏହା ପୂର୍ବରୁ ଶ୍ରୀ ପଟେଲ ବଡବିଲର ତହସିଲଦାର ରୂପେ କାର୍ଯ୍ୟରତ ଥିଲେ । ଏହି ଅବସରରେ ସଦାକର କୁମ୍ଭାର ସମସ୍ତ କର୍ମଚାରୀଙ୍କୁ ନୂତନ ଉପଜିଲ୍ଲାପାଳଙ୍କ ସହ ପରିଚୟ କରାଇଥିଲେ ଓ ଆହୁରି ମନଯୋଗ ସହକାରେ କାମ କରିବା ପାଇଁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.