ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଦିତ୍ୟ ଏଲ-୧ ମିଶନ ପ୍ରଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଆଦିତ୍ୟ ଏଲ୍-୧ ମିଶନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଏଥିରେ ଡ଼ଃ ବାଞ୍ଛାନିଧି ପଣ୍ଡା (ବିଦ୍ୟା ଭାରତୀ ବିଦ୍ୱତ ପରିଷଦ କ୍ଷତ୍ରୀୟ ସଭାପତି) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଦିତ୍ୟ ଏଲ୍-୧ ବିଷୟରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସମ୍ୟକ ଧାରଣା ଦେଇଥିଲେ । ପରେ ସ୍ମାର୍ଟ ବୋର୍ଡ ମାଧ୍ୟମରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆଦିତ୍ୟ ଏଲ୍-୧ ମିଶନ ପ୍ରଦର୍ଶନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.