oom

ପୁଇଁତଲା ପୋଲିସକୁ ମିଳିଲା ବଡ଼ ସଫଳତା : ବିଭିନ୍ନ ରାହାଯାନୀ ଓ ଆନ୍ତଃଜିଲ୍ଲା ଡକାୟତ ଗିରଫ୍‌

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବିଭିନ୍ନ ରାହାଯାନୀ ଓ ଆନ୍ତଃଜିଲ୍ଲା ଡକାୟତି ମାମଲାର ଜଣେ ଅଭିଯୁକ୍ତଙ୍କୁ ଗିରଫ୍‌ କରିବାରେ ପୁଇଁତଲା ପୋଲିସ ସଫଳ ହୋଇଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ତୋଫାନ୍‌ ବାଗ । ଦିଆଯାଇଥିବା ସୂଚନା ଅନୁଚସାରେ ପୁଇଁତଲା ଥାନାର ବହୁ ପ୍ରତୀକ୍ଷିତ ଏବଂ ବିଭିନ୍ନ ରାହାଯାନୀ କେସ୍‌ରେ ସମ୍ପୃକ୍ତ ଥିବା ମୁଦାଲା ତଥା କୁଖ୍ୟାତ ଆନ୍ତଃଜିଲ୍ଲା ଡକାୟତ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଚାର୍ନିଆପାଲି ନିବାସୀ ଶିବ ଶରଭଙ୍ଗ(୩୭)ଙ୍କୁ ଗିରଫ କରି ଆଜି ମାନ୍ୟବର କୋର୍ଟକୁ ପଠାଯାଇଛି । ପୁଇଁତଲା ଥାନା କେସ ନମ୍ବର ୬୭/୨୦୨୩ରେ ଗତ ୧୭.୦୩.୨୦୨୩ରିଖ ମଙ୍ଗଳାମୁଣ୍ଡା ଗ୍ରାମ ନିକଟରେ ଭାରତ ମାଇକ୍ରୋ ଫାଇନାନ୍ସର ଲୋକମାନଙ୍କ ଠାରୁ ଭୟଭୀତ ଏବଂ ମାରପିଟ କରି ଗିରଫ୍‌ ଅଭିଯୁକ୍ତ ଶିବ ଏବଂ ତାଙ୍କ ସାଥୀମାନେ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାନଙ୍କଠାରୁ ୮ ହଜାର ଟଙ୍କା, ଗୋଟିଏ ଟେବ୍‌ଲେଟ୍‌, ଗୋଟିଏ ବାୟୋ ମେଟ୍ରିକ ସ୍କେନର ଏବଂ ଦୁଇ ଗୋଟି ମୋବାଇଲ ଫୋନ ଲୁଟ୍‌ କରିଥିଲେ । ଲୁଟ ହୋଇଥିବା ଟେବଲେଟ୍‌ ଆଜି ଗିରଫ୍‌ ଅଭିଯୁକ୍ତ ଠାରୁ ଜବତ କରାଯାଇଛି । ଶିବ ଶରଭଙ୍ଗ ବଲାଙ୍ଗୀର ଜିଲ୍ଲା ତଥା ଆଖପାଖ ଜିଲ୍ଲାରେ ପ୍ରାୟ ୨୫ରୁ ଅଧିକ ରାହାଯାନୀ କେସରେ ସମ୍ପୃକ୍ତ ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗିରଫ୍‌ ଅଭିଯୁକ୍ତଙ୍କ ମୁଖ୍ୟ ଲକ୍ଷ୍ୟ କେବଳ ଟଙ୍କା କଲେକ୍ସନ କରି ଫେରୁଥିବା ମାଇକ୍ରୋ ଫାଇନାନ୍ସ ପିଲା ମାନଙ୍କୁ ଭୁଜାଲି, ଖଣ୍ଡା ଦେଖାଇ ଲୁଟ୍‌ କରିବା ବୋଲି ମଧ୍ୟ ସୂଚନାରେ କୁହାଯାଇଛି । । ଅଭିଯୁକ୍ତଙ୍କର ଅନ୍ୟ ସହଯୋଗୀ ମାନଙ୍କୁ ମଧ୍ୟ ଧରିବା ପାଇଁ ମଧ୍ୟ ଜୋର୍‌ସୋର୍‌ ଉଦ୍ୟମ ଜାରି ରହିଥିବା ଏସ୍‌ଡିପିଓ ତୋଫାନ୍‌ ବାଗ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.