csstore

ଓପୋଲଫେଡ଼ ଚିକେନ ଫ୍ରେସ ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ପ୍ରଥମ ଓପୋଲଫେଡ଼ ଚିକେନ ଫ୍ରେସ ବିକ୍ରୟ କେନ୍ଦ୍ର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର, ଓଡିଶା ନିରଞ୍ଜନ ପୂଜାରୀଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ଉତ୍ସବ ଅବସରରେ ଅତିଥି ଭାବେ ସଭାପତି ଓପୋଲଫେଡ଼ ଉଲେଶ୍ୱର ସ୍ୱାଇଁ, ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ, ଅଧ୍ୟକ୍ଷା ସୋନପୁର ମ୍ୟୁନିସିପାଲିଟି ଶ୍ରୀମତୀ ତାମସୀ ତମସ୍ମିତା ନାୟକ, ଓପୋଲଫେଡ଼ ବିପ୍ପଣ ଅଧିକାରୀ ରତ୍ନାକର ରାଉତ, ତରଣୀ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଓପୋଲଫେଡ଼ ଚିକେନ ବିକ୍ରୟ କେନ୍ଦ୍ରରେ ଦୈନିକ ୨ ହଜାର କୁକୁଡ଼ାର ବୈଜ୍ଞାନିକ ପଦ୍ଧତିରେ ପ୍ରକିୟାକରଣ କରାଯାଇପାରିବ । ଏହା ଫଳରେ ଜିଲ୍ଲାର ଖାଉଟି ମାନେ ସ୍ୱଳ୍ପ ସମୟରେ ରକ୍ତ ଛିଟା ବିହୀନ ସୁସ୍ୱାଦୁ କୁକୁଡ଼ା ମାଂସ ଓ ଅଣ୍ଡା ପାଇପାରିବେ । ଏହି ଚିକେନ ଫ୍ରେସ ବିକ୍ରୟ କେନ୍ଦ୍ର ମାଧ୍ୟମରେ ସୋନପୁର ସହରର ନିକଟବର୍ତ୍ତୀ କ୍ଷୁଦ୍ର ଓ ମଧ୍ୟବିତ୍ତ କୁକୁଡ଼ା ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କ କେନ୍ଦ୍ର ଦ୍ୱାରା ଉତ୍ପାଦିତ ଅଣ୍ଡା ଓ କୁକୁଡ଼ାଗୁଡିକୁ ଉଚିତ ମୂଲ୍ୟରେ ବିକ୍ରିବଟା କରିପାରିବେ ବୋଲି ବିପ୍ପଣ ଅଧିକାରୀ ଓପୋଲଫେଡ଼ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି ।

jayashree
Leave A Reply

Your email address will not be published.