csstore

ଅଗ୍ନିବିପନ୍ନ ପରିବାରଙ୍କୁ ଭାରତୀୟ ରେଡକ୍ରସ ପକ୍ଷରୁ ରିଲିଫ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଂଗ ବ୍ଲକ ଧାନକେରା ଗ୍ରା.ପ ଅନ୍ତର୍ଗତ ନୂଆଗାଁ ଅଗ୍ନିକାଣ୍ଡରେ ୧୩ ପରିବାରର ୨୫ ବଖରା ଘର ସଂପୂର୍ଣ୍ଣ ଜଳିଯାଇ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ରେଡକ୍ରସ୍, ଓଡିଶା ରାଜ୍ୟ ଶାଖା, ଭୁବନେଶ୍ୱର ଦ୍ୱାରା ଅଗ୍ନିବିପନ୍ନ ସମସ୍ତ ପରିବାରକୁ ବିଧାୟକ ରୁଦ୍ର ପ୍ରତାପ ମହାରଥିଙ୍କ ସୂଚନା ପତ୍ର ୧୯୨/୨୩.ତା.୨୧.୦୮.୨୩ ଆଧାରରେ ଓ ସ୍ଥାନୀୟ ତହସିଲଦାରଙ୍କ ତଥ୍ୟକୁ ଭିତ୍ତିକରି ରିଲିଫ୍ ବଣ୍ଟନ କରାଯାଇଛି । ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଶାଖା ପ୍ରତିନିଧି କୁବେର ପାତ୍ର, ସ୍ଥାନୀୟ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା, ଚନ୍ଦନ କୁମାର ସ୍ୱାଇଁ ଆଦି ଉପସ୍ଥିତ ରହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମକୁ ସଂପାଦନ କରିଥିଲେ । ରିଲିଫ୍ ସାମଗ୍ରୀ ଭାବରେ ପ୍ରତ୍ୟେକ ଅଗ୍ନୀବିପନ୍ନ ପରିବାରକୁ ୨ଟି ତାରପିଲିନ ଜରି, ୧ଟି କିଚେନ ସେଟ୍, ୧ଟି ସ୍ୱାସ୍ଥ୍ୟକିଟ୍, ସ୍ତ୍ରୀ ଓ ପୁରୁଷ ସଦସ୍ୟଙ୍କ ପାଇଁ ପୋଷାକ ପରିଧାନ, ୧ଟି କମ୍ବଳ, ବାଲଟି ମଗ ଓ ମଶାରୀ ଆଦି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏହି ସମୟରେ ସ୍ଥାନୀୟ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ବୈରାଗି ଜେନାଙ୍କ ସହିତ ସ୍ଥାନୀୟ ସରପଞ୍ଚଙ୍କ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହିଥିଲେ । ଏହି ମାନବବାଦୀ କାର୍ଯ୍ୟକ୍ରମ ପାଇଁ ପ୍ରାଶାସନ ଓ ଭାରତୀୟ ରେଡକ୍ରସ୍ ଓଡିଶା ରାଜ୍ୟଶାଖାକୁ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.