- ସିଭିଲ ସର୍ଭିସ ଚାକିରି ବ୍ୟକ୍ତିଗତ ଏବଂ ବୃତ୍ତିଗତ ଅଭିବୃଦ୍ଧି ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରେ
- ସରକାରୀ କର୍ମଚାରୀମାନେ ଆଇନ, ଅର୍ଥ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି
ବଲାଙ୍ଗିର, (କେପିଏନ୍ଏସ୍) : ଜେଏସ୍ଏମ୍ ବାଣିଜ୍ୟ ଓ କଳା ମହାବିଦ୍ୟାଳୟରେ ଅଧ୍ୟକ୍ଷ ସିଏ ଶ୍ରୀକନ୍ତ ର୍ଶମା ଏବଂ କଲେଜ ନିର୍ଦ୍ଦେଶିକା ଶ୍ରୀମତୀ ସୁମନ ର୍ଶମାଙ୍କ ଉପସ୍ଥିତିରେ ସିଭିଲ ସର୍ଭିସ ଚାକିରି ଉପରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଆଇ.ପି.ଏସ୍ ଅଫିସର ବିବେକାନନ୍ଦ ର୍ଶମା, ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ, ରାୟଗଡା (କଲେଜର ଉପଦେଷ୍ଟା କମିଟିର ସଭ୍ୟ ) ମୁଖ୍ୟ ଅତିଥି ଭାବରେ ରହିଥିଲେ । ଛାତ୍ରଛାତ୍ରୀମାନଙ୍କୁ ସିଭିଲ ସର୍ଭିସ ଚାକିରି ଉପରେ ଅନେକ ବିଷୟ କହିବା ସହିତ ସଚେତନ ଓ ଉତ୍ସାହିତ କରିଥିଲେ । ପୁଣି ବିଭିନ୍ନ ପ୍ରକାର ସିଭିଲ ସର୍ଭିସ ଏଆଇଏସ୍, ଆଇପିଏସ୍, ଆଇଏଫ୍ଏସ୍, ଆଇଏ ଏଣ୍ଡ ଏଏସ୍, ଆଇସିଏଏସ୍, ଆଇସିଏଲ୍ଏସ୍, ଆଡିଏଏସ୍, ଆଇଡିଇଏସ୍ ଇତ୍ୟାଦି ଚାକିରିରେ କିପରି କାର୍ଯ୍ୟରତ ହୋଇପରିବେ ସେଥିନିମନ୍ତେ ଦିଗଦର୍ଶନ କରାଇଥିଲେ । କଲେଜର ଉପଦେଷ୍ଟା ମନରଞ୍ଜନ୍ ସାହୁ ମଧ୍ୟ ସିଭିଲ ସର୍ଭିସ ଚାକିରିରେ ପିଲାମାନଙ୍କୁ ତାଙ୍କର ଭବିଷ୍ୟତ ନିର୍ମାଣ ନିମନ୍ତେ ପରାର୍ମଶ ପ୍ରଦାନ କରିବା ସହିତ ଚନ୍ଦ୍ରୟାନ -୩ର ସଫଳତା ନିମନ୍ତେ ପ୍ରାର୍ଥନା ଓ ଶୁଭକାମନାର ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଶେଷରେ ଅଧ୍ୟକ୍ଷ ସିଏ ଶ୍ରୀକନ୍ତ ର୍ଶମା ଚନ୍ଦ୍ରୟାନ-୩ର ସଫଳତା କାମନା କରି ପିଲାମାନଙ୍କୁ ଭାରତୀୟ ହୋଇଥିବାରୁ ଗର୍ବ କରିବା ବୋଲି ଉତ୍ସାହିତ କରିଥିଲେ । ପ୍ରଧାନ ଅଧ୍ୟପିକା ମୋନିକା ଜେସୱାଲ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।