oom

୧୧ ସେପ୍ଟେମ୍ବରରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆମରଣ ଅନଶନ କରିବ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ : ବରଗଡ଼ ଜିଲ୍ଲା କମିଟି ଦେଲା ଚେତାବନୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ନୃସିଂହନାଥଠାରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟି ତରଫରୁ ଲଢ଼େଇ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଧିଷ୍ଟ କାଳ ଆମରଣ ଅନଶନ ଓ ଧାରଣା ଦେବା ପାଇଁ ଆଲୋଚନା ହୋଇଥିଲା ‌। ପାଇକମାଲ ବ୍ଲକ୍‌ର ନକଲି ଆଦିବାସୀ ସମିତି ସଭ୍ୟ ସଞ୍ଜିବ ବାରିକଙ୍କୁ ହଟାଇବା ପାଇଁ ଏବଂ ପାଇକମାଲ ବ୍ଲକ୍ ଭିତରେ ମହିଳାମାନଙ୍କୁ ସମ୍ମାନ ମିଳୁନାହିଁ । ପାଇକମାଲ ଅଞ୍ଚଳରେ ଆଦିବାସୀ ମହିଳାଙ୍କ ଉପରେ ଘୃଣ୍ୟ ଜଘନ୍ୟ ଅପରାଧ ଗଣ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ମାନ ବୃଦ୍ଧି ପାଇବାରେ ଲାଗିଛି ‌। ଏପରିକି ସରକାରୀ କାର୍ଯ୍ୟାଳୟରେ ମଧ୍ୟ ମହିଳା କର୍ମଚାରୀ ସୁରକ୍ଷିତ ନାହାନ୍ତି । ଏଥିପାଇଁ ୧୩ ଦଫା ଦାବୀ ନେଇ ଗତ ତା ୮/ ୮/୨୦୨୩ ଦିନ ପାଇକମାଲ ବ୍ଲକ୍ ଘେରାଉ କରାଯାଇଥିଲା । ଘେରାଉରେ ପଦ୍ମପୁର ଉପଜିଲ୍ଲାପାଳ, ଡ଼ିଏସ୍ ପି, ତହସିଲଦାର, ବିଡ଼ିଓ, ଥାନାଧିକାରୀ ସମସ୍ତଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ହେଲେ ୧୫ ଦିନ ବିତିଗଲା ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନେଉ ନାହାନ୍ତି ଏବଂ ବିଭିନ୍ନ ସମସ୍ୟାର ସମାଧାନ ହୋଇନାହିଁ । ସେଥିପାଇଁ ଆସନ୍ତା ତା ୧୧ /୯ / ୨୦୨୩ ଦିନ ହଜାର୍ ହଜାର୍ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲଢ଼େଇ କରିବାକୁ ଚେତାବନୀ ଦେଇଛନ୍ତି । ଏହି ବୈଠକରେ ସଂଘର ପ୍ରତିଷ୍ଠାତା ଲଢୁଆ ନେତା ସଂଗ୍ରାମୀ ନେତା ଗୋବର୍ଦ୍ଧନ ଭୋଏ ଯୋଗଦାନ କରିଥିଲେ । ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟିର ଜିଲ୍ଲା ସଭାପତି ଗୋବିନ୍ଦ ବରିହା, ତ୍ରିଲୋଚନ ଭୁଏ, ପାଇକମାଲ ବ୍ଲକ୍ ସଭାପତି ଚେରୁ ବରିହା, ଝାରବନ୍ଧ ବ୍ଲକ୍ ସଭାପତି ଚୈତନ୍ୟ ପ୍ରସାଦ ବରିହା, ଯୋଗେନ୍ଦ୍ର ବରିହା, ପଦ୍ମପୁର ବ୍ଲକ୍ ସଭାପତି ବାମନ ଧରୁଆ, ଗାଇସିଲେଟ ବ୍ଲକ୍ ସଭାପତି ଶଶୀଭୂଷଣ ବରିହା, ସୋହେଲା ବ୍ଲକ୍ ସଭାପତି ଧନଞ୍ଜୟ ବରିହା, ସତ୍ୟାନନ୍ଦ ବୁଡ଼େକ, ରୁପଧର ନାଏକ, ମଙ୍ଗନ ବରିହା, ଯୁଗେ ବରିହା, ସୁଖି ବରିହା, ନିଳେଶ୍ୱର ଭୁଏ, ନାରାୟଣ ଭୁଏ, ଯଦୁମଣି ବରିହା, ସଞ୍ଜୟ ଜରଜରିଆ, ଭାଗିରଥି ଭୁଏ, ନାରୀ ନେତ୍ରୀ ବିନୋଦିନୀ ନାଏକ, ମାଲତୀ ମାଝୀ ଏବଂ ବହୁତ ସଂଖ୍ୟାରେ ମହିଳା ଓ ପୁରୁଷମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.