csstore

ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ ଜିଲ୍ଲା କମିଟିର ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀନୃସିଂହନାଥଠାରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ପ୍ରତିଷ୍ଠାତା ଲଢୁଆ ନେତା ସଂଗ୍ରାମୀ ନେତା ଗୋବର୍ଦ୍ଧନ ଭୋଏ ଯୋଗଦାନ କରିଥିଲେ । ମହାସଂଘର ବରଗଡ଼ ଜିଲ୍ଲା ସଭାପତି ଗୋବିନ୍ଦ ବରିହା, ପାଇକମାଲ ବ୍ଲକ୍ ସଭାପତି ଚେରୁ ବରିହା, ଝାରବନ୍ଧ ବ୍ଲକ୍ ସଭାପତି ଚୈତନ୍ୟ ପ୍ରସାଦ ବରିହା, ଯୋଗେନ୍ଦ୍ର ବରିହା, ପଦ୍ମପୁର ବ୍ଲକ୍ ସଭାପତି ବାମନ ଧରୁଆ, ତ୍ରିଲୋଚନ ଭୁଏ, ସଞ୍ଜୟ ଜରଜରିଆ, ସତ୍ୟାନନ୍ଦ ବୁଡ଼େକ, ରୁପଧର ନାଏକ, ମଙ୍ଗନ ବରିହା, ଗୌରାଙ୍ଗ ଭୁଏଙ୍କ ସମେତ ମହିଳା ଓ ପୁରୁଷ ମାନେ ଉପସ୍ଥିତ ଥିଲେ । ପାଇକମାଲ ବ୍ଲକ୍‌ର ନକଲି ଆଦିବାସୀ ସମିତି ସଭ୍ୟ ହଟାଯାଉ, ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଆଦିବାସୀମାନଙ୍କ ଭତ୍ତା ପ୍ରଧାନମନ୍ତ୍ରୀ ଆବାସ ଗୃହ, ୪ ଡ଼ିସିମିଲ୍ ପଟ୍ଟା ପାଇଥିବା ବ୍ୟକ୍ତିମାନଙ୍କୁ ଘରଡ଼ିହ ଯୋଗାଇ ଦେବା ପାଇଁ ଯୋଜନା, ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଥିଲା । ଯଦି ପ୍ରଶାସନ କିଛି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ହଜାର ହଜାର ସଂଖ୍ୟାରେ ପଦ୍ମପୁର ଉପଜିଲ୍ଲାପାଳ ଏବଂ ଡ଼ିଏସ୍‌ପି ଅଫିସ୍ ଘେରାଉ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

jayashree
Leave A Reply

Your email address will not be published.