ଦେଓଗାଁ, (କେପିଏନ୍ଏସ୍) : ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଦେଓଗାଁ ବ୍ଲକ ଅନ୍ତର୍ଗତ କଟାପାଲି ଗାଁର ସୁଧୀର କୁମାର ତ୍ରିପାଠୀ ସହୀଦ ହୋଇଯାଇଥିବା ଖବର ମିଳିଛି । ସହୀଦ ସୁଧୀର କୁମାର ତ୍ରିପାଠୀ ଦୀର୍ଘ ବର୍ଷ ହେଲା ଭାରତୀୟ ସୈନ୍ୟ ବିଭାଗର ସିଗ୍ନାଲ ରେଜିମେଣ୍ଟରେ କାର୍ୟ୍ୟରତ ଥିଲେ । ତେବେ ଚଣ୍ଡିଗଡ଼ରୁ ବିମାନ ଯୋଗେ ତାଙ୍କ ପାର୍ଥିବ ଶରୀର ରାୟପୁର ବିମାନ ବନ୍ଦରରେ ପହଞ୍ଚିଥିବା ବେଳେ ସେହି ସ୍ଥାନରୁ ସଡକ ପଥରେ ତାଙ୍କ ପାର୍ଥିବ ଶରୀର ଆଜି ଅପରାହ୍ନ ୨ଟା ୩୦ମି ସମୟରେ କଟାପାଲି ଗ୍ରାମକୁ ପହଞ୍ଚିବ ବୋଲି ସୂଚନା ମିଳିଛି । ତାଙ୍କ ପାର୍ଥିବ ଶରୀରକୁ ଟିମ୍ ଲିଡ଼ର ହିସାବରେ ସଡକ ମାର୍ଗରେ ସିଗ୍ନାଲ୍ ମ୍ୟାନ୍ ଅଟଳ ପାଣିଗ୍ରାହୀଙ୍କ ସହ ତାଙ୍କ ପତ୍ନୀ ଓ ୨ ସନ୍ତାନ ଆଣୁଥିବା ନେଇ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ ସୂଚନା ଦେଇଛନ୍ତି । ଦେଓଗାଁ ବ୍ଲକର ଜନ ପ୍ରତିନିଧି ଓ ବଲାଙ୍ଗିର ଜିଲ୍ଲାର ସମସ୍ତ ସଂଗଠନ କଟାପାଲି ଗ୍ରାମକୁ ଯାଇ ସହୀଦଙ୍କ ସମ୍ମାନାର୍ଥେ ପୁଷ୍ପମାଲ୍ୟ ଅର୍ପଣ କରିବାକୁ ସମ୍ପାଦକ ଶ୍ରୀ ରଥ ନିବେଦନ କରିଛନ୍ତି । ତତ୍ ସଂଗେ ସଂଗେ ପୋଲିସ ପ୍ରଶାସନଙ୍କୁ ମଧ୍ୟ ସହିଦଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି ।
Next Post