ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଅନ୍ତର୍ଗତ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଖପୁରିଡ଼ିହି ଗ୍ରାମର ଆଦିବାସୀ ସଂପ୍ରଦାୟର ଦୁଲସିଂ ମାଝୀ(୬୮) ଓ ତାଙ୍କ ପତ୍ନୀ ଶ୍ରୀମତୀ ବିମଳା ମାଝୀ(୬୩)ଙ୍କୁ ଏବେ ପର୍ଯ୍ୟନ୍ତ ସରକାରଙ୍କଠାରୁ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଗୃହ ଟିଏ ମିଳୁନଥିବା ଅଭିଯୋଗ କରିଛନ୍ତି । ତାଙ୍କ ଚାରି ପୁତ୍ର ତିନୋଟି ପୁତ୍ରଙ୍କ ବିବାହ ହୋଇ ସାରିଲାଣି କିନ୍ତୁ ସେମାନଙ୍କୁ ବି ଘର ଖଣ୍ଡିଏ ମିଳୁନଥିବା ଅଭିଯୋଗ ହେଉଛି । ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଗୃହ ଟିଏ ନ ପାଇବାରୁ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା କମିଟିର ତ୍ରିଲୋଚନ ଭୁଏଙ୍କୁ ପରିବାର ଲୋକ ଅଭିଯୋଗ କରିଛନ୍ତି । ତୁରନ୍ତ ଉକ୍ତ ସମସ୍ୟାର ସମାଧାନ ନ ହେଲେ ଆସନ୍ତା ୮ ତାରିଖ ଦୃଢ଼ ପ୍ରତିବାଦ କରିବ ଆଦିବାସୀ ସଂଘ ବୋଲି ଚେତାବନୀ ଦିଆଯାଇଛି ।