ତରିଆମହୁଆଭଟା ଗାଁରେ ବାଘ ଆତଙ୍କ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ରେଞ୍ଜ ଅଧିନ ଆମାନାରା ପଞ୍ଚାୟତ ମୁଷରଙ୍ଗୀ ଜଙ୍ଗଲରେ ମାତିଛି ବାଘୁଣୀ । ଆଜି ତରିଆମହୁଆଭଟା ଗାଁରେ ପୁଣି ବାଘୁଣୀ ଏକ ବାଛୁରୀକୁ ମାରି ଖାଇଛି । ଗତକାଲି ରାତିରେ ଆମାନାରା ବିଟ ଅଧିନ ତରିଆମହୁଆଭଟା ଗାଁର ହୁମନ ନାଏକ ନିଜ ଗାଈ ଓ ବାଛୁରୀକୁ ଗୁହାଲରେ ବାନ୍ଧି ରଖିଥିଲେ । ଆଜି ସକାଳୁ ବାଛୁରୀ ଗୁହାଳରେ ନଥିଲା । ପରିବାର ଲୋକ ଖୋଜାଖୋଜି କରିବାରୁ ଘର ବାଡ଼ି ପଟେ ବାଛୁରୀର ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଲେ । ତେବେ ଘଟଣା ସ୍ଥଳରେ ବାଘର ପାଦଚିହ୍ନ ଠାବ କରିବା ସହ ପାରିପାର୍ଶ୍ୱିକ ସ୍ଥିତିରୁ ବାଛୁରୀକୁ ବାଘୁଣୀ ଶିକାର କରିଥିବା ଲୋକେ ଅନୁମାନ କରିଛନ୍ତି । ଏଭଳି ଗାଁରେ ୫ ମାସ ହେବ ବାଘୁଣୀ ଆତଙ୍କ ଜାରି ରହିଛି । ଗତ ଏକ ସପ୍ତାହ ହେବ ଗାଁରେ ପୁଣି ବାଘୁଣୀ ମାତିଛି । ଏବେ ଗାଁ ଲୋକେ ବାଘୁଣୀ ଆତଙ୍କରେ ଭୟଭୀତ ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାଛୁରୀର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.