ଦୋଳି ହେଲା କାଳ : ନାବାଳିକା ମୃତ

ବଣାଇ, (ନାରାୟଣ/ହବିବ) : ବଣାଇ ସଦରଠାରୁ ଚାରି କିଲୋମିଟର ଦୂର ଦରେଇକଳାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ରାଜେଶ ପଣ୍ଡିତ ନାମକ ଜଣେ ଗୁପ୍‌ଚୁପ୍‌ ବିକି ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତିଙ୍କ ଝିଅ କାମିନୀ ଘରେ ବନ୍ଧା ଯାଇଥିବା ଦୋଳିରେ ଦୋଳି ଝୁଲୁଥିଲେ । ବାପା ମା’ କାର୍ଯ୍ୟ ବ୍ୟସ୍ତତାରେ ଥାନ୍ତି ହଠାତ୍‌ ଝିଅର ଗଁ ଗଁ ଶବ୍ଦ ଶୁଣି ଯାଇ ଦେଖିବା ବେଳକୁ ଝିଅଟି ଦୋଳିର ଦଉଡି ଫାନ୍ଦରେ ଫସି ଯାଇଛି । କୌଣସି ମତେ ଦୋଳି ଦଉଡି କାଟି ଝିଅଟିକୁ ଅଣାଗଲା ହେଲେ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ବଣାଇ ସରକାରୀ ଡାକ୍ତରଖାନା ନେଇ ଡାକ୍ତରଙ୍କୁ ଦେଖାଇଲେ । ହେଲେ ଡାକ୍ତର ପରୀକ୍ଷା କରି ଝିଅଟିର ମୃତ୍ୟୁ ହୋଇଛି ବୋଲି କହିଥିଲେ । ସ୍ଥାନୀୟ ବଣାଇ ପୋଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି । ସୋମବାର ନାବାଳିକା ଟିର ଶବ ବ୍ୟବଛେଦ କରାଯିବ । ଝିଅର ଅକାଳ ମୃତ୍ୟୁରେ ପରିବାର ଏବଂ ଗ୍ରାମବାସୀ ଅତ୍ୟନ୍ତ ଦୁଃଖିତ ଅଛନ୍ତି ।

Leave A Reply

Your email address will not be published.