କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଲର୍କି ଗ୍ରାମର ଜଣେ ଯୁବକଙ୍କ ମଙ୍ଗଲବାର ସକାଳୁ ଟ୍ରେନରେ କଟି ମୃତ୍ୟୁ ହୋଇଥିବା ଜଣାପଡିଛି । ଯୁବକ ଜଣକ ହେଲେ ଲର୍କି ଗ୍ରାମର ଦିଲିପ ସେଠ (୨୩) । କଂଟାବାଂଜି ଜି.ଆର.ପି. ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କଂଟାବାଂଜି – ତୁରେକେଲା ରେଳ ସେକ୍ସନର ରେଲବାଇ କି.ମି. ଖୁଂଟ ନଂ.୧୬୦/୧-୩ ଠାରେ ଟ୍ରେନରେ କଟି ମୃତ୍ୟୁ ହୋଇଛି । ଜି.ଆର.ପି. ପୋଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ମୃତକଙ୍କ ଅନୁସଂଧାନ ବେଳେ ମୃତକଙ୍କ ପିତା ମନଫୁଲ ସେଠ ଆସି ମୋ ପୁଅ ବୋଲି ପରିଚୟ ଦେଇଥିଲେ । ଏହାପରେ ଜି.ଆର.ପି. ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଉପସ୍ଥିତିରେ ମୃତକଙ୍କ ଶବ ହସ୍ତାନ୍ତର କରିଛି । ମୃତ୍ୟୁର କାରଣ ଜଣାପଡି ନାହିଁ । ଏହା ଉପରେ ଜି.ଆର.ପି. ପୋଲିସ ଏକ ଅପମୃତ୍ୟୁ ମାମଲା କେସ ନଂ.୩୧/୨୫.୭.୨୦୨୩ ରୁଜୁ କରି ଅଧିକ ତଦନ୍ତ କରୁଥିବା ଏ.ଏସ.ଆଇ. ଡି.ଡୁଙ୍ଗଡୁଙ୍ଗଙ୍କଠାରୁ ସୂଚନା ମିଳିଛି ।