ଭୋଟ ଦାନକେନ୍ଦ୍ର କରିବା ପାଇଁ ଉପଜିଲ୍ଲପାଳଙ୍କୁ ଦାବୀପତ୍ର ଦେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ସାତ ଦଶକ ପରେ ବି ଗ୍ରାମବାସୀଙ୍କୁ ମିଳିନାହିଁ ଭୋଟ ଦାନ କେନ୍ଦ୍ର । ନିଜ ଗାଁରେ ଭୋଟ ଦେବା ସୁଯୋଗରୁ ବଞ୍ଚିତ ଅଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମବାସୀ । ଭାରତ ସ୍ୱାଧୀନ ହେବାଠାରୁ ନିଜ ଗାଁରେ ଭୋଟ ନ ଦେଇ ଏଠାକାର ଭୋଟର ପ୍ରାୟ ୬ କି.ମି ଦୂର ତାଲପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗ୍ରାମକୁ ଯାଇଥାନ୍ତି ଭୋଟ ଦେବା ପାଇଁ । ବାର୍ଦ୍ଧକ୍ୟ ଅବସ୍ଥାରେ ଏତେ ଦୂରକୁ ଯିବା ସମ୍ଭବ ହେଉ ନଥିବାରୁ ଅନେକ ବୟସ୍କ ଲୋକ ଭୋଟ ଦେବାରୁ ବଞ୍ଚିତ ହେଉଥିବା ବେଳେ ସାଧାରଣ ଭୋଟର ମାନେ ବି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ଗ୍ରାମରେ ପ୍ରାୟ ୨୫୦ରୁ ଅଧିକ ଭୋଟର ଥିବା ବେଳେ ସମାଜସେବୀ ସୁଶାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଆଜି ଗ୍ରାମବାସୀମାନେ ପଦ୍ମପୁର ଭାରପ୍ରାପ୍ତ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦେଇ ଆସନ୍ତା ସାଧାରଣ ନିର୍ବାଚନରେ ନିଜ ଗ୍ରାମରେ ଭୋଟଦାନ କେନ୍ଦ୍ର କରିବା ପାଇଁ ଅନୁରୋଧ କରିଛନ୍ତି । ସେମାନଙ୍କ ଦାବୀ ପୂରଣ ନ ହେଲେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.