ମଣିଷକୁ କାମୁଡ଼ି ଆଖିବୁଜିଲା ସାପ

ଆଠଗଡ଼ : କେଉଁଠି କେମିତି ଶୁଣିବାକୁ ମିଳୁଥିଲା ମଣିଷକୁ କାମୁଡ଼ି ସାପର ମୃତ୍ୟୁ ଘଟିଥିବା କଥା । କିନ୍ତୁ ଆଜି ଏଭଳି ଏକ ଘଟଣା ଘଟିଛି ଆଠଗଡ଼ରେ । ମିଳିଥିବା ସୂଚନା ଅନୁସାରେ ଆଠଗଡ଼ ମେନ୍‌ ପୋଷ୍ଟଅଫିସ୍‌ ପାଖରେ ଦୁର୍ଯ୍ୟୋଧନ ମାଝି ନିଜ ପରିବାର ଧରି ଏକ ଭଂଗା ଘରେ ରୁହନ୍ତି । ରିକ୍ସା ଟାଣି ଦୁର୍ଯ୍ୟୋଧନ ନିଜ ପରିବାର ଚଳାନ୍ତି । ତେବେ ଶନିବାର ଦିନ ସକାଳେ ଏକ କଉଡ଼ିଆ ଚିତି ସାପ ତାଙ୍କୁ କାମୁଡ଼ି ଦେଇଥିଲା ଓ ଘଟଣା ସ୍ଥଳରେ ହିିଁ ସାପ ଟି ମରିଯାଇଥିଲା । ଦୁର୍ଯ୍ୟୋଧନ ମଲା ସାପଟିକୁ ଧରି ସ୍ଥାନୀୟ ଡାକ୍ତରଖାନାରେ ପହଂଚିଥିଲେ । ତାଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲେ ବି ବିଷର କୌଣସି ପ୍ରଭାବ ନଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.