p purohi

ଯୁବ କୁଲୁତା ସମାଜ ତରଫରୁ ବାହୁଡା ଉପଲକ୍ଷେ ପ୍ରସାଦ ବଣ୍ଟନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ପବିତ୍ର ବାହୁଡା ଉପଲକ୍ଷେ ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିରଠାରେ ପ୍ରସାଦ ବଣ୍ଟନ କରାଯାଇଥିଲା । ମା’ପାଟଣେଶ୍ୱରୀ ମନ୍ଦିରରେ ଭୋଗ ଲଗାଇବା ପରେ ଇଷ୍ଟଦେବୀ ମା’ ରାମଚଣ୍ଡିଙ୍କ ସ୍ମୃତିଚାରଣ କରାଯାଇଥିଲା ଓ ପରେ ପ୍ରସାଦ ବଣ୍ଟନ କରାଯାଇଥିଲା । ପ୍ରାୟ ୪ ହଜାର ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ଭୁବନେଶ୍ୱର ଭୋଇ, ଉପ-ସଭାପତି ଜିତେନ୍ଦ୍ର ବିଶ୍ୱାଲ, ଜିଲ୍ଲା ସଦସ୍ୟ ଉପେନ୍ଦ୍ର ପ୍ରଧାନ, ଗଙ୍ଗାଧର ସା, ଅଗସ୍ତି ସାହୁ, ସୁଧିର ସା, ମୁକେଶ ପ୍ରଧାନ, ଝୁନୁ ପଧାନ, ବିଏମ୍‌ସିର ବାସୁଦେବ ସାହୁ, କିଶାନ ସାହୁ, ଭରତ ଭୋଇ, ଆସ୍ତିକା ସାହୁ, ବିଏମ୍‌ପୁର ବ୍ଲକ ସଭାପତି ମୁରଲିଧର ବିଶ୍ୱାଲ, ଖୁସିରାମ ଗଡତ୍ୟା, ଦେବୀ ପ୍ରସାଦ ପଧାନ, ସ୍ୱାଧୀନ, କାମଦେବ ଭୋଇ, ଜିତେନ୍ଦ୍ର ସାହୁ, ନିଳକଣ୍ଠ ସାହୁ, ଦୁର୍ଯ୍ୟୋଧନ ସାହୁ, ତରଣୀସେନ ପ୍ରଧାନ, ରମେଶ ନାଏକ, ଘାସିରାମ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.