ଓଡ଼ିଶାରେ ୨ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ କରି ଜୁଲାଇ ୨ ତାରିଖରେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ବାହାରିବ ପ୍ରତିବାଦ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାରେ ୨ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ କରି ଜୁଲାଇ ୨ ତାରିଖରେ ଆମ୍ ଆଦ୍‌ମୀ ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାରିବ ବୋଲି ଦଳୀୟ ପାର୍ଟି କାର୍ଯ୍ୟାଳୟ ପକ୍ଷରୁ ଇସ୍ତାହାର ପ୍ରକାଶ କରାଯାଇଛି । ବ୍ରହ୍ମପୁର ମହାନଗରସ୍ଥିତ ଗେଟ ବଜାର, ଗୋଲାପଲ୍ଲୀ ସାହି ଆମ୍ ଆଦ୍‌ମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଗୁରୁବାର ଜିଲ୍ଲା ଆବାହକ ସୁବାଷ ଚନ୍ଦ୍ର ରାଉତଙ୍କ ସଭାପତିତ୍ଵରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭା ମଞ୍ଚରେ ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଉପସଭାପତି ସୁଧୀର କୁମାର ପ୍ରଧାନ, ମହାନଗର ସଭାପତି ସି. ହରପ୍ରସାଦ, ମହିଳା ସଭାନେତ୍ରୀ ନିଭାଷିତା ପ୍ରଧାନ, ଗଞ୍ଜାମ ଜିଲ୍ଲା ଯୁବ ସଭାପତି ପି, ନୀଳକଣ୍ଠ ରେଡ୍ଡୀ, ଆଇନଜୀବୀ କୈଳାଶ ସେଠୀ, ସହସମ୍ପାଦକ ଗଣେଷ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାର ସମସ୍ତ ସହର, ପୁରପଲ୍ଲୀରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ଘରକୁ ଘର ବୁଲି ଓଡ଼ିଶାରେ ୨ ଶହ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀ କରି ପାଞ୍ଚ ଲକ୍ଷରୁ ଅଧିକ ବିଜୁଳି ଉପଭୋକ୍ତାଙ୍କ ଦସ୍ତଖତ ସମ୍ବଳିତ ଦାବୀପତ୍ର ନେଇ ଗତ ଜୁନ ଆଠ ତାରିଖରେ ଭୁବନେଶ୍ୱରରେ ପ୍ରତିବାଦ ସଭା କରି ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.