ଜେଏସ୍‌ଏମ୍‌ କଲେଜର ବିଦାୟକାଳୀନ ଉତ୍ସବ ସମାରୋହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାରୱାଡ଼ି ସେବା ସଦନଠାରେ ଜେଏସ୍‌ଏମ୍‌ କଲେଜରେ +୨, +୩ କମର୍ସରେ ଅଧ୍ୟୟନ କରି କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀମାନଙ୍କ ବିଦାୟକାଳୀନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ବିଦାୟକାଳୀନ ଉତ୍ସବର ମୁଖ୍ୟ ଅତିଥି ଡ଼.ପ୍ରଭାସ ସିଂ, ପୂର୍ବତନ ସାଂସଦ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମୂଲ୍ୟବାନ ଶବ୍ଦ ସଂଯୋଜନା ପୂର୍ବକ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଭାବେ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସଦାଶିବ ମଲ୍ଲିକ ଛାତ୍ରଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ବଳରେ ନିଜର କ୍ୟାରିଅର ଗଠନ କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ନାଗରିକ କମିଟିର ସାଧାରଣ ସମ୍ପାଦକ, ମନୋରଞ୍ଜନ ସାହୁ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ଉତ୍ତୋରୋତ୍ତର କାମନା କରିଥିଲେ । କଲେଜର ଛାତ୍ର ଅଭିଷେକ ଅଗ୍ରୱାଲ ଏବଂ ଛାତ୍ରୀ ଟି. ସୋରେନା ଫ୍ଲୋରେନ୍ସ ସଂଯୋଜନା କରିଥିବା ବେଳେ ଅଧ୍ୟକ୍ଷା ଚେତନା ଅଗ୍ରୱାଲ କଲେଜର ବାର୍ଷିକ ବିବରଣୀ ପଠନ କରିଥିଲେ । କଲେଜର ନିର୍ଦ୍ଦେଶିକା ସୁମନ ଶର୍ମା ଏବଂ ଚେୟାରମେନ ସିଏ ଶ୍ରୀକାନ୍ତ ଶର୍ମା ଉତ୍ସବକୁ ପରିଚାଳନା କରିଥିଲେ । ସଭା ଶେଷରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.