ଜାତୀୟସ୍ତରରେ ଗଞ୍ଜାମ ଜିଲ୍ଲା ପୁରସ୍କୃତ ହୋଇ ଓଡିଶା ପାଇଁ ଆଣି ଦେଲା ଗର୍ବ ଓ ଗୌରବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜାତୀୟସ୍ତରରେ ଗଞ୍ଜାମ ଜିଲ୍ଲା ପୁରସ୍କୃତ ହୋଇ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣି ଇତିହାସରେ ଏକ ନୂତନ ଚର୍ଚ୍ଚିତ ଅଧ୍ୟାୟ ସୃଷ୍ଟି କରିଛି । ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ପୁରସ୍କାର ପାଇ ଆମ ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ପୁଣି ଥରେ ଗଞ୍ଜାମ ଜିଲ୍ଲା ଜାତୀୟସ୍ତରରେ ସମ୍ମାନୀତ ଓ ପୁରସ୍କୃତ ହୋଇଛି । ସମଗ୍ର ଭାରତ ମାନଚିତ୍ରରେ ଏକ ଜହ୍ନ କଳଙ୍କ ସୃଷ୍ଟିକରି ଗଞ୍ଜାମ ଜିଲ୍ଲା ଏକ ଗୌରବର ଗାଥା ପରିବହନ କରଛି । ଯାହାକି ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର- ୨୦୨୨ ଭାବେ ଏହି ପୁରସ୍କାରରେ ସମ୍ମାନୀତ କରାଯାଇଛି । ମହାମହିମ ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ଗ ଶନିବାର ନୂଆଦିଲ୍ଲୀର ବିଜ୍ଞାନ ଭବନ ପ୍ଲେନାରୀ ହଲ୍‌ରେ ଆୟୋଜିତ ଏକ ଭବ୍ୟ-ବର୍ଣ୍ଣାଢ଼୍ୟ ସମାରୋହରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲା ପରିଷଦର ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଅଧିକାରୀ ଭି.କୀର୍ତ୍ତି ଭାଷନ୍ ପ୍ରମୁଖଙ୍କୁ ମହାମାନ୍ୟସ୍ପଦ ଉପରାଷ୍ଟ୍ରପତି ଜଗଦୀପ ଧନଖଡ୍ଗ ଖୁସିବ୍ୟକ୍ତ କରି ଜିଲ୍ଲାପାଳଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ଏପରିକି ଅନ୍ତରଙ୍ଗ ମୂହର୍ତ୍ତରେ ବାର୍ତ୍ତାଳାପ କରି ଜିଲ୍ଲା ପାଇଁ ଅନେକ ଦିଗଦର୍ଶନ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନର ଅହରହ ଉଦ୍ୟମ ଓ ଜିଲ୍ଲାର ଉନ୍ନତି କଳ୍ପେ ପଦକ୍ଷେପ ନିଆଯାଇଥିବା ବେଳେ ଗଞ୍ଜାମ ଟିମ୍‌ଙ୍କୁ କେନ୍ଦ୍ରୀୟ ପ୍ରଶାସନ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି । ଜଳ ସମ୍ପଦ, ଜଳସେଚନ, ଜଙ୍ଗଲ, ଉଦ୍ୟାନ କୃଷି, କୃଷି, ଭୂତଳ ଜଳ, ଗୃହ ଓ ନଗର ଉନ୍ନୟନ ବିଭାଗ ଇତ୍ୟାଦିର ମିଳିତ ଉଦ୍ୟମରେ ଗଞ୍ଜାମକୁ ମିଳିଛି ଉଲ୍ଲେଖନୀୟ ସଫଳତା ଆଉ ଏହି ସଫଳତା ପାଇଁ ଏହି ପୁରସ୍କାର ଲାଭ ହୋଇଛି ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.