ତେଜସ୍ଵିନୀ ପ୍ରତିଭା ସମ୍ମାନ -୨୦୨୩ ଅନୁଷ୍ଠିତ

ବଲାଙ୍ଗିର (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ ସଂଗଠନ ତେଜସ୍ଵିନୀର ଦ୍ଵିତୀୟ ବାର୍ଷିକ ଉତ୍ସବ ତଥା ତେଜସ୍ଵିନୀ ପ୍ରତିଭା ସମ୍ମାନ-୨୦୨୩ ଶନିବାର ଅପରାହ୍ନରେ ସ୍ଥାନୀୟ ସରୋଜିନୀ ରେସିଡେନ୍ସି କଲେଜ ଛକ୍, ବଲାଙ୍ଗିରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଶିଷ୍ଟ ଶିକ୍ଷାବିତ ଦିଗାମ୍ବର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସାରସ୍ଵତ ସମାବେଶକୁ ତେଜସ୍ଵିନୀର ପ୍ରତିଷ୍ଠାତ୍ରୀ ସମ୍ପାଦିକା ଲିଲି ପଟେଲ ସଞ୍ଚାଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ଚିଫ୍ ବିଶିଷ୍ଟ ସାମ୍ବାଦିକ ମନୋରଞ୍ଜନ ଯୋଶୀ ଯୋଗଦେଇ ସାହିତ୍ୟିକମାନଙ୍କୁ ନିଜର ଗୁରୁ ବୋଲି ଅଭିହିତ କରି ଜିଲ୍ଲାର ବିଭିନ୍ନ ସମସ୍ୟାକୁ ସାହିତ୍ୟ ମାଧ୍ୟମରେ ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ ଆହ୍ଵାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଶ୍ଵ ହିନ୍ଦୁ ପରିଷଦର ରାଜ୍ୟ ପ୍ରମୁଖ ବିଶିଷ୍ଟ ଶିକ୍ଷାବିତ ସରସ୍ଵତୀ ନନ୍ଦ ଯୋଗଦେଇ ଓଜସ୍ଵିନୀ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ନିଷାନ୍ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ଯୋଗଦେଇ କବିତା ମାଧ୍ୟମରେ ନିଜର ବକ୍ତବ୍ୟ ରଖି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ ଓ ତେଜସ୍ଵିନୀ ସମାଜର ସ୍ଵରକୁ ପ୍ରତିଫଳିତ କରୁଛି ବୋଲି କହି ତେଜସ୍ଵିନୀର ସଂପାଦିକା ଶ୍ରୀମତୀ ପଟେଲଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଉକ୍ତ ସାରସ୍ଵତ ସମାବେଶରେ କିଛି ନବୀନ, ପ୍ରବୀଣ କବି, କଳାକାର ତଥା ସ୍ଵେଚ୍ଛାସେବୀ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାହିତ୍ୟ କ୍ଷେତ୍ରରେ ଡ. ଭବାନୀ ଶଙ୍କର ପଟେଲ, ଦିଲୀପ ମିଶ୍ର, କସ୍ତୁରୀ ରଥ, ତନ୍ମୟୀ ଅଗସ୍ତି, କିଶୋର ପଟେଲ, ଶୁଭେନ୍ଦୁ ମେହେର, ମୄଗେଶ ବୈଷ୍ଣବ ପାଣିଗ୍ରାହୀ, ମହେନ୍ଦ୍ର ପଟେଲ ଓ ସନାତନ ମିଶ୍ର ସମ୍ବର୍ଦ୍ଧିତ ହୋଇଥିଲେ । ସେହିପରି ସେବା କ୍ଷେତ୍ରରେ ବଲାଙ୍ଗିର ସ୍ୱେଛାସେବୀ ସଂଗଠନ, ସହଯୋଗ ଫାଉଣ୍ଡେସନ, ନୂତନ ନାୟକ, ସବିତା ନନ୍ଦ, ଦେବଦତ୍ତ ପଣ୍ଡା, ନିରୁପମା ମିଶ୍ର, ରଶ୍ମି ପାତ୍ର, ଅଭୟ ଚରଣ ତ୍ରିପାଠୀ ଓ ରାମ ନାରାୟଣ ଦାଶ ସମ୍ବର୍ଦ୍ଧିତ ହୋଇଥିଲେ ଏବଂ କଳା କ୍ଷେତ୍ରରେ ସ୍ୱାଗତ ନାଏକ, ଆଦ୍ୟାଂଶି ନାୟକ, ସମୀକ୍ଷା ସମୃଦ୍ଧି ଷଡ଼ଙ୍ଗୀ, ଜ୍ୟୋତି ରେଖା ତ୍ରିପାଠୀ ଓ ଶୈଳେନ୍ଦ୍ରୀ ବାରିକ ସମ୍ମାନିତ ହୋଇଥିଲେ । ଉକ୍ତ ସାରସ୍ଵତ ସମାବେଶରେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ଶତାଧିକ କବି, କବୟିତ୍ରୀ, କଳାକାର ଓ ଶୁଭେଚ୍ଛୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ସୁଶାନ୍ତ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!