ମେ’ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର : ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ । ନାମଲେଖା ପାଇଁ ସାମ୍ସ ପୋର୍ଟାଲ ଖୋଲିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ରାଜ୍ୟରେ ଚଳିତବର୍ଷ ଠାରୁ ଅନଲାଇନରେ ସ୍ପଟ୍ ଆଡମିଶନ୍ ହେବ ବୋଲି ସୂଚନା ମିଳିଛି । ଯୁକ୍ତ ଦୁଇ, ଆଇଟିଆଇ ଏବଂ ଡିପ୍ଲୋମାରେ ଅନଲାଇନ୍‌ ମାଧ୍ୟମରେ ସ୍ପଟ୍ ଆଡମିଶନ ହେବ । ମେରିଟ୍ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀ ସିଟ୍ ପାଇବେ ଏବଂ ସ୍ପଟ୍ ଆଡମିସନ ପାଇଁ ସିଲେକ୍ସନ୍ ହେଲେ SMS କରାଯିବ । ସ୍ପଟ୍ ଆଡମିଶନରେ କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍ସ ପକ୍ଷରୁ ଏହି ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.