ପାଟ୍ରୋଲିଂ ବେଳେ ଶିକାରି ଗୁଳିରେ ଫରେଷ୍ଟ ଗାର୍ଡ ମୃତ

ବାରିପଦା : ବନବିଭାଗ ପକ୍ଷରୁ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ସମୟରେ ଶିକାରୀଙ୍କ ଗୁଳିରେ ଗୁରୁତର ଆହତ ହେବା ପରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାରିପଦା ଭୁଗୁଡାକଟା ଅଞ୍ଚଳର ବିମଳ ଜେନା । ଘଟଣାଟି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବାଉଁଶଖାଳ ବିଟ ଅଞ୍ଚଳରେ ଘଟିଛି । ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.