ଛତିଶଗଡରେ ନକ୍ସଲ ହମଲା

ରାୟପୁର : ଛତିଶଗଡ଼ର ବସ୍ତରରେ ବୁଧବାର ବଡ଼ ଧରଣ ନକ୍ସଲ ଆକ୍ରମଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦନ୍ତେୱାଡା ଜିଲ୍ଲାରେ ଆଇଇଡି ବିସ୍ଫୋରଣରେ ଗାଡ଼ି ଚାଳକ ସହ ୧୧ ଡିଆରଜି (ଜିଲ୍ଲା ରିଜର୍ଭ ଗାର୍ଡ)ର ଯବାନ ସହିଦ ହୋଇଛନ୍ତି । ଦାନ୍ତେୱାଡାର ଅରନପୁର ନିକଟରେ ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ନକ୍ସଲଙ୍କ ଦ୍ୱାରା ପୂର୍ବରୁ ବିଛା ଯାଇଥିବା ଆଇଇଡି ବିସ୍ଫୋରଣର ଶିକାର ହୋଇଛି । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଘଟଣାକୁ ସ୍ପଷ୍ଟ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ଗୃହ ମନ୍ତ୍ରୀ ଅମିତ୍ ଶାହ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହ ସ୍ଥିତି ବିଷୟରେ କଥା ହୋଇଛନ୍ତି ।

ଅନ୍ୟପଟେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାର ତିନି ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ କରାଯାଇଛି । ସୀମାରେ ଚେକିଂ, ବ୍ଲକିଂ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କମ୍ୱିଂ ଅପରେସନକୁ ଜୋର୍‌ଦାର୍‌ କରାଯାଇଛି । ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.