ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁଭ କଳସ ଯାତ୍ରା ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବେନ୍ଦ୍ରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାରବନ୍ଧଲି ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଶୁଭ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମରେ ବିଗତ ୮ ବର୍ଷ ଧରି ଏହି ପରି ନାମଯଜ୍ଞ ହୋଇଆସୁଛି । କଳସ ଯାତ୍ରାରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ । ବୈଦିକ ରୀତି ନୀତିରେ କଳସକୁ ମୁଣ୍ଡରେ ବୋହି ମହିଳାମାନେ ଗ୍ରାମ ପରିକ୍ରମା କରିଥିଲେ । ଏହି ଅବସରରେ ପ୍ରାୟ ୨୨ ଗୋଟି କିର୍ତ୍ତନ୍ୟ ମଣ୍ଡଳୀକୁ ନିମନ୍ତ୍ରଣ କରଯାଇଛି । ଏଥିରେ ସଭାପତି ଭାବେ ବାବୁଲାଲ ଭୋଇ, ସଂପାଦକ ଭାବେ ରାମଗୋପାଳ ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ଗୌର ଚରଣ ମୁଦୁଲି, ଯଜ୍ଞକର୍ତ୍ତା ଭାବେ କେଶବ ଦ୍ୱାରୀ ଓ ତାଙ୍କ ପତ୍ନୀ ଫଟୁ ଦ୍ୱାରୀ ଦାୟିତ୍ୱ ତୁଳାଉଛନ୍ତି ।

Leave A Reply

Your email address will not be published.