jsm

ବରଗଡ଼ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ତଥା କର୍ମଶାଳା ଅନୁଷ୍ଠିତ

csstore

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ ପରିସରରେ ଗତକାଲି ଦ୍ବି ଦିବସୀୟ ବ୍ଲକ ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ତଥା କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ବରଗଡ଼ ବ୍ଲକର ବରିଷ୍ଠ ବ୍ଳକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନି ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଯୋଗ ଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ବିଶେଷ ଅତିଥି ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁ ଦାଶ ଶର୍ମା ତଥା ସମ୍ମାନିତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ କପିଳେଶ୍ୱର ରଥ, ଦିଲୀପ କୁମାର ମେହେର ଓ ଶ୍ରୀମତୀ ଲଜିତା ପ୍ରଧାନ ଉପସ୍ଥିତ ଥିଲେ । ବ୍ଲକ୍‌ର ୧୬ଟି କ୍ଲଷ୍ଟରର ମନୋନୀତ ଶିକ୍ଷକ ଶିକ୍ଷୟିତ୍ରୀ ନିଜର ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ କରିଥିଲେ । ବିଚାରକ ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବରଗଡ଼ର ପ୍ରଶିକ୍ଷକ ରମେଶଚନ୍ଦ୍ର ସାହୁ ଏବଂ ଗଗନ ବେହେରା ଯୋଗ ଦେଇ ନିରପେକ୍ଷ ବିଚାର କରିଥିଲେ ଏବଂ ଶିକ୍ଷଣ ସାମଗ୍ରୀର ଶ୍ରେଣୀ କୋଠରୀରେ ଉପାଦେୟତା ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ । ଶିକ୍ଷାବର୍ଷ ୨୦୨୧ – ୨୨ରେ ପ୍ରାଥମିକ ସ୍ତରରେ ବୃତ୍ତି ପାଇ ଥିବା ୫୬ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଗଲା । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜିକା ଶ୍ରୀମତୀ ନମିତା ପଟ୍ଟନାୟକ ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ । ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଲଜିତା ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳେଶ୍ବର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.